ମୁକେଶ ଅମ୍ବାନୀଙ୍କୁ ଝଟକା, ୧୨ ବର୍ଷରେ ସବୁଠାରୁ ବଡ କ୍ଷତି ସହିଲା ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍

Published By : Prameya-News7 Bureau | March 09, 2020 IST

ମୁମ୍ବାଇ, ୦୯|୦୩:    ସେୟାର ମାର୍କେଟରେ ଐତିହାସିକ ହ୍ରାସ ପରେ ଦେଶର ସବୁଠାରୁ ବଡ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କାରବାର ଉପରେ ପ୍ରଭାବ ପଡିଛି। ତାଙ୍କ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀକୁ ୧୨ ବର୍ଷରେ ସବୁଠାରୁ ବଡ କ୍ଷତି ସହିଛି। କମ୍ପାନୀର ସେୟାରରେ ୧୨.୩୫ ପ୍ରତିଶତ ହ୍ରାସ ଘଟିଛି। ଅକ୍ଟୋବର ୨୦୦୮ ପରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି ବୋଲି କୁହାଯାଉଛି। ଏଥିରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ମାର୍କେଟ୍ ଲିମିଟ ୭.୦୫ ଲକ୍ଷ କୋଟି ହୋଇଯାଇଛି। ସେହିପରି କମ୍ପାନୀର ନିବେଶକଙ୍କ ସେୟାର ଭାଲ୍ୟୁ ସୋମବାର ୧.୦୮ ଲକ୍ଷ କୋଟି ଟଙ୍କା କମିଯାଇଛି।

{"id":235773,"width":753,"height":424,"sizeSlug":"large"}

ୟେସ୍ ବ୍ୟାଙ୍କ ଓ କରୋନା ଭାଇରସ ପ୍ରଭାବରୁ ସୋମବାର ସେୟାର ମାର୍କେଟରେ କାରବାର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ସେନସେକ୍ସ ୨୦୦୦ ପଏଁଣ୍ଟ ଖସିଥିଲା। ବିଏସଇରେ ୟେସ୍ ବ୍ୟାଙ୍କର ସେୟାର ୩୨ ପ୍ରତିଶତ ବୃଦ୍ଧି ପାଇ ୨୧.୩୦ ଟଙ୍କାରେ ପହଁଚିଥିଲା। ଶୁକ୍ରବାର ଏହି ବ୍ୟାଙ୍କର ସେୟାର ୧୬.୨୦ ଟଙ୍କାରେ ବନ୍ଦ ହୋଇଥିଲା। କିନ୍ତୁ ଏସବିଆଇର ସେୟାରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଥିଲା। ଏସବିଆଇର ସେୟାର ସୋମବାର ୫.୬୦ ପ୍ରତିଶତ ଖସି ୨୫୪ ଟଙ୍କା ହୋଇୟାଇଥିଲା।

{"id":235775,"width":753,"height":565,"sizeSlug":"large"}

ତେବେ ମୁକେଶ ଅମ୍ବାନୀଙ୍କ ମାର୍କେଟ ଲିମିଟ ୧ ଲକ୍ଷ କୋଟିରୁ ଅଧିକ ହ୍ରାସ ଘଟିଛି। ଦୁଇମାସ ପୂର୍ବରୁ ରିଲିଆନ୍ସର ମାର୍କେଟ ଲିମିଟ ୧୦ ଲକ୍ଷ କୋଟିରୁ ଅଧିକ ଥିଲା। ଏବେ ଏହା ୭ ଲକ୍ଷ କୋଟିକୁ ଖସିଆସିଛି। କମ୍ପାନୀର ସେୟାର ୧୩ ପ୍ରତିଶତ ହ୍ରାସ ପାଇ ୧,୧୦୫ରେ ପହଁଚି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.