ମୁକେଶ ଖୋଜୁଛନ୍ତି ରିଲାଏନ୍ସ ଏମ୍ପାୟାରର ଉତ୍ତରାଧିକାରୀ ! ଫ୍ୟାମିଲି କାଉନସିଲ୍ ନେବେ ନିଷ୍ପତ୍ତି

Published By : Prameya-News7 Bureau | August 14, 2020 IST

ମୁମ୍ବାଇ: ବିଶ୍ୱର ଚତୁର୍ଥ ତଥା ଭାରତର ଶ୍ରେଷ୍ଠ ଧନୀକ ମୁକେଶ ଅମ୍ବାନୀ ଏକ ଫ୍ୟାମିଲି କାଉନସିଲର ପରିକଳ୍ପନା କରୁଛନ୍ତି। ଏ ସମ୍ପର୍କରେ ସୂଚନା ରଖୁଥିବା ଲୋକଙ୍କ ସୂତ୍ରରୁ ମିଳୁଥିବା ତଥ୍ୟରୁ ମୁକେଶ ତାଙ୍କ ରିଲାଏନ୍ସ ସାମ୍ରାଜ୍ୟ ଲାଗି ଯୋଗ୍ୟ ଉତ୍ତରାଧିକାରୀ ଚୟନ ନିମନ୍ତେ ଏପରି ବିଚାର କରୁଥିବା କହିଛନ୍ତି। ଏହି କାଉନସିଲ ପରିବାରର ସବୁ ସଦସ୍ୟଙ୍କୁ ବ୍ୟବସାୟରେ ପ୍ରତିନିଧିତ୍ୱ ଲାଗି ସମାନ ସୁଯୋଗ ପ୍ରଦାନ କରିବେ।  ଏଥିରେ ମୁକେଶଙ୍କ ଦୁଇ ପୁଅ ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ମଧ୍ୟ ଅଛନ୍ତି।

{"id":314717,"sizeSlug":"large"}

ଆଗାମୀ ଦିନମାନଙ୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମାଣ୍ଡ ମୁକେଶଙ୍କ ପିଲାମାନଙ୍କ ହାତରେ ଥିବ। ଯାହା ଲାଗୁଛି ମୁକେଶ ଆଗାମୀ ବର୍ଷ ଶେଷ ସୁଦ୍ଧା ତାଙ୍କ ସାମ୍ରାଜ୍ୟର ଉତ୍ତରାଧିକାରୀ ନିର୍ଣ୍ଣୟ କରିସାରିଥିବେ।  ଯେଉଁ ପ୍ରକ୍ରିୟାର ଫ୍ୟାମିଲି କାଉନସିଲ ଏକ ଅଂଶ। ଏଥିରେ ପରିବାରର ଜଣେ ବୟସ୍କ, ୩ ସନ୍ତାନ ଓ ବାହାରୁ ମେଣ୍ଟର ଏବଂ ଆଡଭାଇଜର ମଧ୍ୟ ସଦସ୍ୟ ରହିପାରନ୍ତି। ରିଲାଏନ୍ସର  ପ୍ରତ୍ୟେକ ନିଷ୍ପତ୍ତିରେ କାଉନସିଲର ଭୂମିକା ମଧ୍ୟ ରହିବ।

{"id":314719,"sizeSlug":"large"}

ତେବେ ଏହି କାଉନସିଲ ପଛରେ ମୁକେଶଙ୍କର ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ରହିଛି। ତାହା ହେଉଛି ରିଲାଏନ୍ସର ୮୦ ବିଲିୟନ ଡଲାର ସମ୍ପତ୍ତି। ଅମ୍ବାନୀ ଚାହାନ୍ତି ତାଙ୍କ ବିଶାଳ କାରବାରର ଛବି ସ୍ପଷ୍ଟ ରହୁ। ଯାହା ଆଗକୁ ଯାଇ ଯେପରି ଭାଗବଣ୍ଟାରେ ବିବାଦୀୟ ନ ହେଉ। ଅତୀତରେ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦକୁ ନଜରରେ ରଖି ସେ ଏହି ପରିବାର କାଉନସିଲର ପରିକଳ୍ପନା କରିଛନ୍ତି।

{"id":314720,"sizeSlug":"large"}

କ'ଣ ଥିଲା ମୁକେଶ ଓ ଅନୀଲ ଅମ୍ବାନୀଙ୍କ ବିବାଦ
ଧିରୁଭାଇ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ୧୯୮୦-୯୦ଦଶକରେ ଉତ୍ସାହଜନକ ପ୍ରଦର୍ଶନ କରିଥିଲା। ତେବେ ୨୦୦୨ ମସିହାରେ ଧିରୁଭାଇଙ୍କ ପରଲୋକରେ ଗଡବଡ ହେବାରେ ଲାଗିଲା। କାରବାରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ଓ ବେପାର ବାଣ୍ଟିବାକୁ ପଡିଥିଲା। ଅନୀଲ ତାଙ୍କ ଭାଗରେ କମ୍ୟୁନିକେସନ, ପାୱାର ଓ କ୍ୟାପିଟାଲ ବିଜନେସ୍ ନେଇଥିବା ବେଳେ ମୁକେଶ ତାଙ୍କ ପିତାଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନେଇ ସନ୍ତୁଷ୍ଟ ହୋଇଥିଲେ।

{"id":314721,"sizeSlug":"large"}

ଏହି ବିବାଦ ପ୍ରଥମେ ଘରେ ଗୁମରି ଥିଲା। ତେବେ ୨୦୦୪ ମସିହାରେ ସର୍ବସାଧାରଣକୁ ଆସିଥିଲା। ଏଣୁ ବାଧ୍ୟ ହୋଇ ମା କୋକିଲା ବେନ୍‌ ମଝିକୁ ଆସିବା କମ୍ପାନୀକୁ ଦୁଇ ଭାଗ କରି ଦୁଇ ଭାଇଙ୍କୁ ଦେଇଦେଇଥିଲେ। ଏହି ଭାଗବଣ୍ଟା ଦୀର୍ଘ ୪ ବର୍ଷ ଧରି ଚାଲିଥିଲା। ଏଥିରେ ଆଇସିଆଇସିଆଇ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷଙ୍କୁ ମଧ୍ୟ ମଝିକୁ ଅଣାଯାଇଥିଲା। ତେବେ ପରିବାରରେ ଏଭଳି ପରିସ୍ଥିତି ଯେପରି ପୁଣିଥରେ ନ ଉପୁଜେ ସେଥିଲାଗି ମୁକେଶ ଫ୍ୟାମିଲି କାଉନସିଲ ଭାବେ ପରିବାରରେ ଏପରି ଏକ ସ୍ୱତନ୍ତ୍ର ମଞ୍ଚର ପରିକଳ୍ପନା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.