ପ୍ରଥମ ଥର ନାତି ସହ ନଜର ଆସିଲେ ମୁକେଶ ଅମ୍ବାନି : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ
11/12/2020 at 5:28 PM

ମୁମ୍ବାଇ ୧୧/୧୨: ପ୍ରସିଦ୍ଧ ଧନୀ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଜେଜେ ହୋଇଯାଇଛନ୍ତି। ଏବେ ନିଜ ନାତିଙ୍କ ସହ ତାଙ୍କ ପ୍ରଥମ ଫଟୋ ସୋସିଆଲ୍ ମିଡିଆରେ ଛାଇ ଯାଇଛି। ରାଜ୍ୟସଭା ସଦସ୍ୟ ଏବଂ ଇଣ୍ଡଷ୍ଟ୍ରିଆଲିଷ୍ଟ ପରିମଲ ନାଥବାନି ମୁକେଶ ଅମ୍ବାନିଙ୍କ ନିଜ ନାତିଙ୍କ ସହ ପ୍ରଥମ ଫଟୋ ଟ୍ବିଟ୍ କରିଛନ୍ତି ଏବଂ ପୂରା ଅମ୍ବାନି ପରିବାରକୁ ଶୁଭକାମନା ଜଣାଇଛନ୍ତି।
ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ,‘ ବେବି ବୟଙ୍କ ଜନ୍ମରେ ଶ୍ଲୋକା ଏବଂ ଆକାଶ ଅମ୍ବାନୀଙ୍କୁ ଶୁଭ କାମନା। ସେ ଶ୍ରୀ ମୁକେଶ ଭାଇ,ନୀତା ଭାଉଜ ଏବଂ ପୂରା ଅମ୍ବାନୀ ପରିବାରକୁ ମଧ୍ୟ ନୂଆ ସଦସ୍ୟର ଆଗମନରେ ଶୁଭକାମନା ଦେଉଛନ୍ତି।’

ସେ ଲେଖିଛନ୍ତି ଯେ,‘ ଏହା ପ୍ରକୃତରେ ପୁଣି ଏକତ୍ର ହୋଇ ଉତ୍ସବ ପାଳନ କରିବାର ଦିନ। ନବଜାତକୁ ବହୁତ ପ୍ରେମ ଏବଂ ଆଶୀର୍ବାଦ।’ ମୁକେଶ ଅମ୍ବାନୀ ଜେଜେ ହେବାର ଖବର ଆଗରୁ ଲୋକଲୋଚନକୁ ଆସି ଯାଇଥିଲା କିନ୍ତୁ ଉଭୟଙ୍କ ଏକାଠି ଫଟୋ ପ୍ରଥମ ଥର ସାମନାକୁ ଆସିଛି।

ଫଟୋରେ ମୁକେଶ ଅମ୍ବାନି ନିଜ ନାତିଙ୍କୁ କୋଳରେ ଉଠାଇ ହସୁଥିବା ନଜର ଆସିଛନ୍ତି। ଶ୍ଳୋକା ଡିସେମ୍ବର ୧୦ତାରିଖରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସନ୍ତାନ ଆଗମନରେ ଅମ୍ବାନି ପରିବାରରେ ଖୁସିର ଲହରୀ ଖେଳିଛି।

ଆକାଶ ଏବଂ ଶ୍ଳୋକା ୨୦୧୯ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ। ପୁତ୍ର ସନ୍ତାନ ପାଇଁ ଆକାଶ ଏବଂ ଶ୍ଳୋକାଙ୍କୁ ସାରା ଦିନ ଶୁଭକାମନା ମିଳୁଛି।
