ଗୋଟିଏ ଦିନରେ ୩୬ ହଜାର ୫୦୦ କୋଟି ଟଙ୍କା ବଢିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨।୬: ଏସିଆର ସବୁଠୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୪.୧୮ ବିଲିୟନ ଡଲାର ଅର୍ଥାତ ୩୬ ହଜାର ୫୦୦ କୋଟି ଟଙ୍କା ବଢିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରୁ ଏହି ସୂଚନା ମିଳିଛି। ରିଲାଏନ୍ସ କ୍ୟାପିଟାଲ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏହି ଅଭିବୃଦ୍ଧି ହୋଇଥିବା ଜଣାପଡିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାର୍କେଟ କ୍ୟାପିଟାଲ ଅର୍ଥାତ ବଜାର ପୁଞ୍ଜି ସୋମବାର ୧୫୦ ବିଲିୟନ ଡଲାର ୧୧.୨୨ ଲକ୍ଷ କୋଟିଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।  ଫଳରେ ବିଏସଇରେ ରିଲାଏନ୍ସ ସେୟାର ମୂଲ୍ୟ ୧ହଜାର ୮ଶହ ୪ ଟଙ୍କାରେ ପହଞ୍ଚିଛି। ଯାହା ଶେୟାର ମୂଲ୍ୟର ରେକର୍ଡ ସ୍ତର। ସେହିପରି ମୁକେଶଙ୍କର  ନେଟୱର୍ଥ ୬୪.୫ ବିଲିୟନ ଡଲାର ୪ଲକ୍ଷ ୯୦ ହଜାର ୮୦୦ କୋଟି ଟଙ୍କା ହୋଇଥିବା ବ୍ଲୁମବର୍ଗ ଇଣ୍ଡେକ୍ସ ସୂଚିତ କରିଛନ୍ତି। ଧନୀକଙ୍କ ସୂଚୀରେ ମୁକେଶ ଏବେ ଆମେରିକାର ଲାରି ଏଲିସନ୍ ଓ ଫ୍ରାନ୍ସର ବେଟେନ କୋର୍ଟମେୟର୍ସଙ୍କୁ ପଛରେ ପକାଇଛନ୍ତି। ଫଳରେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ମଧ୍ୟକୁ ଆସିଛନ୍ତି ମୁକେଶ।

ଦେଶରେ କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ଆର୍ଥିକ ସଂକଟ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ପ୍ରଭାବିତ କରିପାରିନଥିଲା। ବୈଶ୍ୱିକ ସଂକଟରେ ମଧ୍ୟ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ନିବେଶ ଆକର୍ଷିତ କରିଥିବା ବେଳେ ଏପର୍ଯ୍ୟନ୍ତ ୧୧ଟି ନିବେଶ ପ୍ରାପ୍ତ କରିଛି। ଫଳରେ କମ୍ପାନୀ ନିର୍ଦ୍ଧାରିତ ଲକ୍ଷ ସମୟ ମଧ୍ୟରେ ନିଜକୁ ଋଣ ମୁକ୍ତ ମଧ୍ୟ କରିପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.