ବିଶ୍ଵର ପଞ୍ଚମ ଧନୀ ହେଲେ ମୁକେଶ ଅମ୍ବାନୀ, ଜୁକରବର୍ଗଙ୍କ ହେଲେ ନିକଟତର

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: ଭାରତର ତଥା ଏସିଆର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀ ବର୍ତ୍ତମାନ ବିଶ୍ଵର ପଞ୍ଚମ ଧନୀ ବ୍ୟକ୍ତି ହୋଇଛନ୍ତି। ବିଜିନେସ୍ ମାଗାଜିନ ଫୋର୍ବ୍ସର ବିଲେନିୟର୍ସ ତାଲିକାରେ ଅମ୍ବାନୀ ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଅମ୍ବାନୀ ଆମେରିକାର ନିବେଶକ ଓ୍ଵାରେନ ବଫେଟ୍‌ଙ୍କୁ ପଛରେ ପକାଇଛନ୍ତି। ଅମ୍ଵାନୀଙ୍କ ବର୍ତ୍ତମାନ ସଂପତ୍ତି ମୂଲ୍ୟ ୭୫ ବିଲିୟନ ଡଲାର(୫.୬୧ ଲକ୍ଷ କୋଟି)ରେ ପହଞ୍ଚିଛି। ଅମ୍ବାନୀଙ୍କ ଉପରେ ଫେସବୁକ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଅଛନ୍ତି। ଜୁକରବର୍ଗଙ୍କୁ ସଂପତ୍ତି ମୂଲ୍ୟ ୮୯ ବିଲିୟନ ଡଲାର ରହିଛି।

ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରଗୁଡିକ ସର୍ବକାଳୀନ ସର୍ବୋଚ୍ଚ ୨୦୧୦ ଟଙ୍କାକୁ ବୃଦ୍ଧି ପାଇ ଗ୍ରୁପ୍‌ର ବଜାର ପୁଞ୍ଜିକରଣକୁ ୧୨,୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇଛି। ଏହା ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବରେ ନିଜର ସ୍ଥିତି ବଜାୟ ରଖିବାରେ ସହାୟକ ହୋଇଛି।

ଫୋର୍ବସ୍ ଅନୁଯାୟୀ ଅମ୍ବାନୀଙ୍କ ନେଟ୍‌ ମୂଲ୍ୟ ବୁଧବାର ଦିନ ୩.୨ ବିଲିୟନ ଡଲାର ବୃଦ୍ଧି ପାଇ ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ଆମାଜନ୍‌ର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ ଧନୀ ତାଲିକାର ଶୀର୍ଷରେ ଅଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ ୧୮୫.୮ବିଲିୟନ ଡ଼ଲାର ରହିଛି।

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ୧୧୩.୧ ବିଲିୟନ ଡଲାର ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ବିଳାସପୂର୍ଣ୍ଣ ଗୋଷ୍ଠୀ LVMH ମୋଟ୍ ହେନେସି ଲୁଇ ଭ୍ୟୁଟନ୍‌ର ମୁଖ୍ୟ ବର୍ନାର୍ଡ ଆର୍ନାଲ୍ଟ ଏବଂ ତାଙ୍କ ପରିବାର ଅଛନ୍ତି। ତାଙ୍କର ସମ୍ପତ୍ତି ୧୧୨ ବିଲିୟନ ଡଲାର ରହିଛିୱ। ତାଙ୍କ ପରେ ଫୋର୍ବସ୍ ତାଲିକାରେ ଚତୁର୍ଥ ସ୍ଥାନରେ ଫେସବୁକ୍ର ସହ ପ୍ରତିଷ୍ଠାତ ମାର୍କ ଜୁକରବର୍ଗ ଅଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଏବେ ନିଜର ସ୍ଵର୍ଣ୍ଣିମ ଦଶନ୍ଧିରେ ଥିବା ଅମ୍ବାନୀ ଗତ ମାସରେ କହିଥିଲେ। କାରଣ ୨୦୨୧ ମାର୍ଚ୍ଚ ପରେ ତାଙ୍କ ସମୂହ ଋଣ ମୁକ୍ତ ହୋଇଯିବ। ତାଙ୍କ ଗ୍ରୁପ୍ ମାଇଲଖୁଣ୍ଟରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ମୁଁ ୨୦୨୧ ମାର୍ଚ୍ଚ ୩୧ର ମୂଳ କାର୍ଯ୍ୟସୂଚୀ ପୂର୍ବରୁ ରିଲାଏନ୍ସ ନେଟ୍ ଋମୁକ୍ତ କରିବାକୁ ଅଂଶୀଦାରମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.