Corona ଯୋଗୁ ୭୦ ଦିନରେ ଅମ୍ବାନୀଙ୍କର ବୁଡିଗଲା ୧.୧୧ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | March 12, 2020 IST

ମୁମ୍ବାଇ ୧୨।୩: ଚୀନର ଉହାନରୁ ବ୍ୟାପୀଥିବା କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ରଚିଛି। ଯାହାର ପ୍ରଭାବ ଏବେ କାରବାରକୁ ବି ପ୍ରଭାବିତ କଲାଣି। ନିବେଶକ ଏବେ ସେମାନଙ୍କ ନିବେଶର ସୁରକ୍ଷା ଲାଗି ଚିନ୍ତିତ ହୋଇପଡିଛନ୍ତି। ଫଳରେ ସେୟାର ବଜାରରେ ଆତଙ୍କ ଖେଳିଯାଇଛି। ଗୁରୁବାର ବଜାର ସୂଚକାଙ୍କ ୩ହଜାର ୨୦୦ ପଏଣ୍ଟ ପର୍ଯ୍ୟନ୍ତ ଖସି ଯାଇଥିଲା। ତେବେ ପରେ କାରବାର ସୁଧୁରିବାରୁ ସୂଚକାଙ୍କ ୨ହଜାର ୯୦୦ ପଏଣ୍ଟରେ ବନ୍ଦ ହୋଇଛି।

{"id":237252,"width":575,"height":322,"sizeSlug":"large"}

ବଜାରର ଏହି ପ୍ରଭାବ ଦେଶର ସବୁଠୁ ବିତ୍ତଶାଳୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କୁ ପ୍ରଭାବିତ କରିଛି। ରିଲାଏନ୍ସର ସେୟାର ୫୨ ସପ୍ତାହ ପୂର୍ବ ମୂଲ୍ୟକୁ ଖସିଯାଇଛି। ଗୁରୁବାର ରିଲାଏନ୍ସ ସେୟାର ୧୦୬୩ ଅଙ୍କରେ ବନ୍ଦ ହୋଇଛି। ତେବେ କାରବାର ସମୟରେ ୧୦୪୮ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଅର୍ଥାତ ରିଲାଏନ୍ସର ପ୍ରତି ସେୟାର ମୂଲ୍ୟରେ ୪୭୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଅର୍ଥାତ କରୋନା ଓ ଅନ୍ୟାନ୍ୟ କାରଣ ଲାଗି ରିଲାଏନ୍ସର ସେୟାରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

{"id":237253,"width":581,"height":325,"sizeSlug":"large"}

ସେୟାର ବଜାରର ପରିସ୍ଥିତି ରିଲାଏନ୍ସର ସମ୍ପତ୍ତିକୁ ବି ପ୍ରଭାବିତ କରିଛି। ୭୦ ଦିନରେ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ୧୫.୨୦ ବିଲିୟନ ଡଲାର ଅର୍ଥାତ ୧.୧୧ ଲକ୍ଷ ଟଙ୍କା ହ୍ରାସ ହୋଇଛି। ଫଳରେ ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଧନିଭାବେ ଥିବା ତାଙ୍କ ପରିଚୟକୁ  ମଧ୍ୟ ପ୍ରଭାବିତ କରିଛି। ଆଲିବାବା ସଂସ୍ଥାପକ ଚୀନର ଜ୍ୟାକ୍ ମା ପୁଣି ଥରେ ଏସିଆର ସବୁଠୁ ଧନିକ ବ୍ୟକ୍ତି ପାଲଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.