Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏଲନ ମସ୍କ, ଜେଫ ବେଜୋସଙ୍କ କ୍ଲବରେ ମୁକେଶ ଅମ୍ବାନୀ, ମିଳିଲା ବିଶ୍ୱର ଏକାଦଶତମ ଧନୀ ବ୍ୟକ୍ତିଙ୍କ ମାନ୍ୟତା

9/10/2021 at 3:50 PM

ନୂଆଦିଲ୍ଲୀ ୯।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପୁଣି ଏକ ନୂଆ ଉଚ୍ଚତା ହାସଲ କରିଛନ୍ତି।  ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଟେସ୍ଲାଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲଥ କ୍ଲବରେ ନିଜ ଲାଗି ସ୍ଥାନ ହାସଲ କରିଛନ୍ତି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଅମ୍ବାନୀ ବିଶ୍ୱର ଏକାଦଶତମ ଧନୀକରେ ପରିଣତ ହୋଇଛନ୍ତି।

ବ୍ଲୁମବର୍ଗ ଅନୁସାରେ ଚଳିତବର୍ଷ ମୁକେଶଙ୍କ ସମ୍ପତ୍ତିରେ ୨୩.୮ ବିଲିୟନ ଡଲାର ବୃଦ୍ଧି ହୋଇଛି। ଫଳରେ ତାଙ୍କର ନେଟୱର୍ଥ ବୃଦ୍ଧି ହୋଇ ୧୦୦.୧ବିଲିୟନ ଡଲାରରେ ପହଞ୍ଚିଛି। କାରବାରର ଶେଷ ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ୯୮.୭୦ ପଏଣ୍ଟ ଅର୍ଥାତ ୩.୮୪ ପ୍ରତିଶତ ଅଭିବୃଦ୍ଧି ସହ ୨୬୭୦.୮୫ରେ ବନ୍ଦ ହୋଇଥିଲା। ଫଳରେ କମ୍ପାନୀର ମାର୍କେଟ କ୍ୟାପ୍‌ ୧୬,୯୩,୧୭୦.୧୭ରେ ପହଞ୍ଚିଛି।

ସେହିପରି ନ୍ୟାସନାଲ ଷ୍ଟକଏକ୍ସଚେଞ୍ଜ (ଏନଏସଇ)ରେ ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ୯୬.୮୦ ଅର୍ଥାତ ୩.୭୬ ପ୍ରତିଶତ ଅଭିବୃଦ୍ଧି ସହ ପ୍ରତି ସେୟାର ପିଛା ଦର ୨,୬୬୯.୨୦ ପଇସାରେ ବନ୍ଦ ହୋଇଛି। ଏଥିରୁ ଆଗାମୀ ସପ୍ତାହ ସୁଦ୍ଧା ରିଲାଏନ୍ସର ମାର୍କେଟ କ୍ୟାପିଟାଲ ୧୭ ଲକ୍ଷ କୋଟି ସ୍ତରକୁ ଛୁଇଁବାର ଆକଳନ କରାଯାଉଛି।

 ନିକଟରେ ଫୋର୍ବସ ଭାରତର ଧନୀକଙ୍କ ସୂଚୀ ଜାରି କରିଥିଲେ। ୨୦୨୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କୁ ଲଗାତାର ୧୪ ବର୍ଷ ଲାଗି ଦେଶର ଶୀର୍ଷ ଧନୀବ୍ୟକ୍ତି ବୋଲି ଫୋର୍ବସ ତାଲିକାର ଶୀର୍ଷରେ ରଖିଥିଲା।  ଗତ ୨୦୦୮ ମସିହାରୁ ସେ ସୂଚୀର ପ୍ରଥମ ସ୍ଥାନରେ ରହିଆସୁଛନ୍ତି।

   Related Posts