ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ୍ : ଆଣ୍ଟିଲିଆ ଆଗରେ ଥିବା କାରରେ ଭର୍ତ୍ତି ହୋଇଥିଲା ଜିଲୋଟିନ୍, ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଗରେ ଥିଲା ଧମକ ଚିଠି, ନାଗପୁର କନେକ୍ସନ ନେଇ ପୋଲିସର ଖୋଳତାଡ

Published By : Prameya-News7 Bureau | February 26, 2021 IST

ମୁମ୍ବାଇ, ୨୬/୦୨ :   ମୁମ୍ବାଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ତଥା ଭାରତର ସବୁଠାରୁ ଧନି ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ଗୁରୁବାର ବିସ୍ଫୋରକ ଭର୍ତ୍ତି ଗାଡି ଜବତ ହୋଇଥିଲା । ପୋଲିସ  ଓ କ୍ରାଇମ ବ୍ରାଞ୍ଚ୍ ମାମଲାର ତଦନ୍ତ ଜାରି ରଖିଛନ୍ତି । କାରରୁ ଯେଉଁ ଚିଠି ମିଳିଚି ସେଥିରୁ ଏକ ବଡ ରହସ୍ୟ ଉପରୁ ପରଦା ହଟିଛି । ଜବତ ଗାଡିରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏକ ବ୍ୟାଗ୍ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ଏକ କ୍ରିକେଟ ଟିମ୍ । ଯାହାର ମାଲିକ ମୁକେଶ ଅମ୍ବାନୀ ଅଟନ୍ତି ।

ଗାଡିରୁ ମିଳିଥିବା ଧମକପୂର୍ଣ୍ଣ ଚିଠିରେ କୁହାଯାଇଛି ଯେ, ଏହା କେବଳ ଏକ ଟ୍ରେଲର ଥିଲା । ନୀତା ଭାବି, ମୁକେଶ ଭାଇ ଏହା କେବଳ ଝଲକ ଅଟେ । ଆଗାମୀ ଥର ଜିନିଷ ଭର୍ତ୍ତି ହୋଇ ତୁମ ପାଖକୁ ଯିବ । ଏହାର ପୁରା ପ୍ରସ୍ତୁତି ସରିଛି । ସୂତ୍ରାନୁସାରେ, ଏହି ଗତିବିଧିକୁ ଚୂଡାନ୍ତ କରିବା ପାଇଁ ଦୀର୍ଘ ଦିନ ହେବ ୟୋଜନା ଚାଲିଥିଲା । ଅଭିଯୁକ୍ତ ବିସ୍ଫୋରକ ଭର୍ତ୍ତି ଗାଡିକୁ ଘର ଆଗରେ ରଖିବାକୁ ଚାହୁଁଥିଲା । କିନ୍ତୁ ସୁରକ୍ଷା କାରଣରୁ ଏହା ହୋଇପାରି ନଥିଲା । ଏହି ଗାଡି ଦ୍ୱାରା ଅମ୍ବାନୀ ପରିବାର ଉପରେ ନଜର ରଖାଯାଉଥିଲା । ପୋଲିସ ଏନେଇ ଛାନଭୀନ କରୁଛି ।

ପୋଲିସ କହିଛି ଯେ, ଯେଉଁ ବ୍ୟକ୍ତି ଗାଡି ଏଠାରେ ପାର୍କ କରିଥିଲେ ସେ ଏକ ଇନୋଭାରେ କେଉଁ ଆଡେ ଚାଲିଯାଇଥିଲେ  । ଅଭିଯୁକ୍ତ ସମସ୍ତଙ୍କ ନଜରରେ ଆସିବାକୁ ଚାହୁଁଥିଲା । ଯେଉଁ କମ୍ପାନୀର ଜିଲୋଟିନ୍ ଗାଡିରେ ଥିଲା ତାହା ନାଗପୁର ଅଞ୍ଚଳର ଅଟେ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍ ନାଗପୁର ଯାଇ ମଧ୍ୟ ତଦନ୍ତ କରୁଛି । ୧୦ଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି । ଏବେସୁଦ୍ଧା ୫ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଛି । ଏହାସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ହେଉଛି । ଏହାବ୍ୟତୀତ ମୁକେଶ ଅମ୍ବାନୀଙ୍କ ଘର ଆଗରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.