ଆସିଗଲା ଜିଓ ବ୍ୟାଙ୍କ : ମୁକେଶ ଅମ୍ବାନୀ ଆରମ୍ଭ କଲେ ନିଜର ପ୍ରଥମ ଜିଓ ବ୍ୟାଙ୍କ

Published By : Prameya-News7 Bureau | April 01, 2019 IST

ନୂଆଦିଲ୍ଲୀ ୧/୪: ଟେଲିକମ୍ କ୍ଷେତ୍ରରେ ହଇଚଇ ସୃଷ୍ଟି କରିବା ପରେ ମୁକେଶ ଅମ୍ବାନୀ ନିଜର ବ୍ୟାଙ୍କ ନେଇ ଆସୁଛନ୍ତି। ଆରବିଆଇରୁ ତାଙ୍କ ବ୍ୟାଙ୍କକୁ ମଞ୍ଜୁରୀ ମିଳିଯାଇଛି। ମୁକେଶ ଅମ୍ବାନୀଙ୍କ ଏହି ବ୍ୟାଙ୍କର ନାଁ ହେବ ଜିଓ ବ୍ୟାଙ୍କ୍ ଏବଂ ଏହା ଏକ ପେମେଣ୍ଟ ବ୍ୟାଙ୍କ୍ ଭାବେ ଆରମ୍ଭ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ଏୟାରଟେଲ ଏବଂ ପେଟିଏମ୍ ଭଳି କମ୍ପାନୀ ପେମେଣ୍ଟ ବ୍ୟାଙ୍କ୍ ଭାବେ ଏକଛତ୍ର ରାଜୁତି କରି ଆସିଥିଲା।

{"id":99138,"width":564,"height":314}

ଭାରତୀୟ ରିଜର୍ଭ ବ୍ୟାଙ୍କରୁ ମିଳିଥିବା ମଞ୍ଜୁରୀ ପରେ ଅପ୍ରେଲ୍ ୩ତାରିଖରୁ ଜିଓ ପେମେଣ୍ଟ ବ୍ୟାଙ୍କ୍ ଲିମିଟେଡ ନିଜର ବାଣିଜ୍ୟିକ ଅପରେସନ ଆରମ୍ଭ କରି​ବ। ବ୍ୟାଙ୍କିଙ୍ଗ ପେମେଣ୍ଟ ସେକ୍ଟରରେ ଜିଓ ଆସିବା ପରେ ପ୍ରତିଯୋଗିତା ବଢ଼ିଯିବ।  ଏବେଠୁ ପେଟିଏମ୍ ଏବଂ ଏୟାରଟେଲ୍ ପାଇଁ ସମସ୍ୟା ସୃଷ୍ଟି ହୋଇଗଲାଣି। ଟେଲିକମ୍ ସେକ୍ଟରରେ ଜିଓର ଦମଦାର ପ୍ରଦର୍ଶନ ଦେଖି ଆଶା କରାଯାଉଛି ନିଜ ଉତ୍କୃଷ୍ଟ ଅଫର ଦ୍ବାରା ଜିଓ ଏଠାରେ ମଧ୍ୟ ଧମାକା କରିବ।

{"id":99139,"width":592,"height":275}

ଜିଓର ୧୨କୋଟିରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଏୟାରଟେଲ୍ ୨୦୧୬ମସିହା ନଭେମ୍ବରରେ ପେମେଣ୍ଟ ବ୍ୟାଙ୍କ୍ ଭାବେ ଆରମ୍ଭ ହୋଇଥିଲା। ଏବଂ ପେଟିଏମ୍ ୨୦୧୭ମସିହା ମଇରେ ଆରମ୍ଭ ହୋଇଥିଲା। ଆଇଡିଆ ମଧ୍ୟ ଚଳିତ ବର୍ଷ ଫେବୃୟାରୀ ୨୨ତାରିଖରୁ ନିଜର ପେମେଣ୍ଟ ବ୍ୟାଙ୍କ ଆରମ୍ଭ କରିଛି।

{"id":99140,"width":592,"height":394}

ଜିଓର ପେମେଣ୍ଟ ବ୍ୟାଙ୍କ ଦ୍ବାରା ଆପଣ ଘରେ ବସି ସେଭିଙ୍ଗ୍ ଆକାଉଣ୍ଟ ଖୋଲିପାରିବେ। ଜିଓ ଆପଣଙ୍କ ଡେବିଟ କାର୍ଡ଼ ମଧ୍ୟ ଜାରି କରିବ। ପ୍ରତି ଆକାଉଣ୍ଟରେ ଆପଣ ୧ଲକ୍ଷ ଟଙ୍କା ଜମା କରିପାରିବେ। ଏହାକୁ ଖୋଲିବା ପାଇଁ ଆପଣଙ୍କୁ ଜିଓ ପେମେଣ୍ଟ ବ୍ୟାଙ୍କ ଆପ୍ ଇନଷ୍ଟଲ୍ କରିବାକୁ ପଡ଼ିବ। ଏହା ପରେ ଜିଓ ନମ୍ବରରୁ ସାଇନ୍ ଇନ୍ କରିପାରିବେ। ଆପଣଙ୍କୁ ନିଜର ଆଧାର ନମ୍ବର ଏଥିରେ ଲିଙ୍କ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ଆକାଉଣ୍ଟ ଖୋଲିଯିବ।

{"id":99141,"width":593,"height":297}

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମିଶି ଜିଓ ବ୍ୟାଙ୍କକୁ ଆରମ୍ଭ କରିଛନ୍ତି। ଏଥିରେ ରିଲାଏନ୍ସର ୭୦ପ୍ରତିଶତ ଯୋଗଦାନ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.