Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଟାଇମସ୍ ୧୦୦ର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନି

18/04/2019 at 5:14 PM

ଭୁବନେଶ୍ୱର ୧୮/୪:  ଟାଇମସ୍ ପତ୍ରିକାର ସବୁଠୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସ୍ଥାନ ମିଳିଛି । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମସ୍ ପକ୍ଷରୁ ୨୦୧୯ ପାଇଁ ଦୁନିଆର ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେହି ତାଲିକାରେ ମୁକେଶଙ୍କ ସମେତ ତିନି ଜଣ ଭାରତୀୟଙ୍କ ନାମ ରହିଛି । ଏହି ତାଲିକାରେ ଜନସ୍ୱାର୍ଥ ମାମଲା ପରିଚାଳନା କରୁଥିବା ଅରୁନ୍ଧତୀ କାଟ୍ଜୁ ଏବଂ ସମଲିଙ୍ଗୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ମାନେକା ଗୁରୁସ୍ୱାମୀଙ୍କ ନାମ ମଧ୍ୟ ରହିଛି ।

ଟାଇମସ୍ ପତ୍ରିକା ପାଇଁ ମୁକେଶଙ୍କ ବିଷୟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, “ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନିଙ୍କ ଭାରତୀୟ ବ୍ୟବସାୟକୁ ନେଇ ଏକ ଦୂରଦୃଷ୍ଟି ଥିଲା ଯିଏ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ବିଶ୍ୱ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଥିଲେ । ମୁକେଶଙ୍କ ଅଭିଳାଷ ବା ଦୂରଦୃଷ୍ଟି ତାଠାରୁ ଆହୁରି ଅଧିକ ରହିଛି । ରିଲାଏନ୍ସ ଜିଓ ମୋବାଇଲ୍ ଡାଟା ନେଟୱର୍କ ଜରିଆରେ ୨୮୦ ନିୟୁତରୁ ଅଧିକ ଲୋକଙ୍କୁ ସୁଲଭ ମୂଲ୍ୟର ୪ଜି ସହିତ ଯୋଡ଼ି ସାରିଥିବା ମୁକେଶଙ୍କ ଏହି ସଫଳତା ଯେକୌଣସି ମାନରୁ ଅତ୍ୟନ୍ତ ଉକ୍ରୃଷ୍ଟ ବୋଲି କୁହାଯାଇପାରିବ ବୋଲି ମହିନ୍ଦ୍ରା ଲେଖିଛନ୍ତି ।

ଯେତେବେଳେ ଏହାର ବୃହତ ରିଟେଲ୍ ବ୍ୟବସାୟ ଇ-କମର୍ସ ପାଇଁ ଜିଓ ନେଟୱର୍କ ସହ ସମ୍ମିଳିତ ହେବ ସେତେବେଳେ ଏହା ଆମାଜନ୍ ଭଳି ପ୍ରତିଷ୍ଠିତ କଂପାନିମାନଙ୍କୁ ମଧ୍ୟ କଡ଼ା ଟକ୍କର ଦେବ । ସେହିଭଳି ଜିଓ ନେଟୱର୍କ ସହିତ ମନୋରଂଜନ କ୍ଷେତ୍ରର ପ୍ରସାର ହେବା ପରେ ଏହା ଭାରତର ପ୍ରଥମ ପସନ୍ଦର ମନୋରଂଜନ ମାଧ୍ୟମ ହେବ ବୋଲି ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି । ଏ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।୨୦୦୩ରେ ମୁକେଶ ଏକ ବିଜ୍ଞାପନରେ ଲେଖିଥିଲେ ଯେ “ଆପଣଙ୍କ ହାତ ମୁଠାରେ ସାରା ଦୁନିଆ ରହିବ’ । ତାହାକୁ ସେ ସତ କରି ଦେଖାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଟାଇମସର ଏହି ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ର ତି ଡୋନାଲ୍ଡ ଟ୍ରମ୍ପ୍, ଚୀନ୍ ରାଷ୍ଟ୍ର ତି ସି ଜିନ୍ ପିଙ୍ଗ୍, ପୋପ୍ ଫ୍ରାନ୍ସିସ୍, ଗଲ୍ଫ ଖେଳାଳୀ ଟାଇଗର୍ ଉଡସ୍, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବଗ୍, ୟୁଏସ ଓପନ ଟେନିସ ବିଜେତା ନାଓମି ଓସାକା, ଅଭିନେତା ମାହେରଶାଲା ଅଲ୍ଲୀ, ଓସ୍କାର ବିଜେତା ଅଭିନେତା ରାମି ମାଲେକ,ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିଶେଲ ଓବାମା, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା, ଓସ୍କାର ବିଜେତା ଗାୟିକା ଓ ଅଭିନେତ୍ରୀ ଲେଡି ଗାଗା, ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ, ସ୍ପେଶିଆଲ କାଉନସେଲ ରବର୍ଟ ମୁଲର ଏବଂ ଆମେରିକା ବାଚସ୍ପତି ନେନ୍ସି ପେଲୋସିଙ୍କ ନାମ ରହିଛି ।

   Related Posts