Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମହାଧନୀ ମୁକେଶ ଅମ୍ବାନୀଙ୍କ ଆୟ ଘଣ୍ଟାକୁ ୯୦ କୋଟି ଟଙ୍କା, ୯ ବର୍ଷ ହେଲା ଦେଶର ଧନୀ ନମ୍ବର ଓ୍ୱାନ୍

29/09/2020 at 6:39 PM

ନୂଆଦିଲ୍ଲୀ, ୨୯|୦୯ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲକଡାଉନ୍ ପରଠୁ ଏବେସୁଦ୍ଧା ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ନେଟ୍ ଓ୍ୱର୍ଥ ବା ମୋଟ୍ ସମ୍ପତ୍ତି ବୃଦ୍ଧି ପାଇ ୬,୫୮,୪୦୦ କୋଟିରେ ପହଁଚିଛି । ଆଇଆଇଏଫଏଲ ଓ୍ୱେଲଥ୍ ହାରୁନ ଇଣ୍ଡିଆ ରିଚ୍ ତାଲିକା-୨୦୨୦ରେ ଏହା ଦାବି କରାଯାଇଛି ।

ରିପୋର୍ଟ ଅନୁସାରେ, ଗତ ୧୨ ମାସରେ ମୁକେଶଙ୍କ ସମ୍ପତ୍ତି ୭୩ ପ୍ରତିଶତ ବୃଦ୍ଧି ପାଇ ୨,୭୭ ଲକ୍ଷ କୋଟିରୁ ୬.୫୮ ଲକ୍ଷ କୋଟିରେ ପହଁଚି ଯାଇଛି । ସେ କେବଳ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନୁହେଁ ବରଂ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଅଟନ୍ତି ।

୨୦୨୦ର ଏହି ତାଲିକାରେ ଭାରତର ସେହି ଧନୀଙ୍କୁ ସାମିଲ କରାଯାଇଛି, ଯେଉଁମାନଙ୍କ ସମ୍ପତ୍ତି ଅଗଷ୍ଟ ୩୧, ୨୦୨୦ ସୁଦ୍ଧା ୧ ହଜାର କୋଟି ବା ଅଧିକ ଥିଲା । ଏହି ତାଲିକାରେ ଲଣ୍ଡନରେ ରହୁଥିବା ହିନ୍ଦୁଜା ବନ୍ଧୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତି ୧,୪୩,୭୦୦ କୋଟି ଅଟେ । ତୃତୀୟ ସ୍ଥାନରେ ଅଛନ୍ତି ଏଚସିଏଲର ଶିବ ନାଡର । ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧,୪୧, ୭୦୦ କୋଟି । ସେହିପରି ଚତୁର୍ଥ ସ୍ଥାନରେ ୧,୪୦,୨୦୦ କୋଟି ସହ ଗୌତମ ଅଦାନୀ ଓ ତାଙ୍କ ପରିବାର ରହିଛି ।

ଇଣ୍ଡିଆ ଇନଫୋଲାଇନ୍ ଫାଇନାନ୍ସ ଲିମିଟେଡ୍ ଓ୍ୱେଲଅ ହାରୁନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୦ ଅନୁାସାରେ, ଗତ ୫ ବର୍ଷରେ ୧୦୦୦ କୋଟିରୁ ଅଧିକ ସମ୍ପତ୍ତି ଥିବା ଭାରତୀୟଙ୍କ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇ ୮୨୮ରେ ପହଁଚିଛି । ଏହି ସଂଖ୍ୟା ୨୦୧୯ରେ ୯୫୩ ଓ ୨୦୧୮ରେ ୮୩୧ ଥିଲା ।

ହାରୁନ ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ ରିସର୍ଚ୍ଚର ଅନସ ରେହମାନ ଜୁନେଦ କହିଛନ୍ତି ଯେ, ଏହି ତାଲିକାରେ କେବଳ ୨୮ ପ୍ରତିଶତ ସମ୍ପତ୍ତି ମୁକେଶଙ୍କର ବୃଦ୍ଧି ପାଇଛି । ତେଲରୁ ନେଇ ଟେଲିକମ୍ ଯାଏଁ ତାଙ୍କୁ ବ୍ୟବସାୟରେ ସଫଳତା ମିଳିଛି । ସେହିପରି ଫାର୍ମା କମ୍ପାନୀ ପାଇଁ ଅତିରିକ୍ତ ୨୧ ପ୍ରତିଶତ ସମ୍ପତ୍ତି ବୃଦ୍ଧି ପାଇଛି । କାରଣ କୋଭିଡ୍ ପାଇଁ ଲୋକମାନେ ଔଷଧରେ ଅଧିକ ଖର୍ଚ୍ଚ କରିଛନ୍ତି । ସାମୁହିକ ଭାବେ ଦେଖିଲେ ଚଳିତ ବର୍ଷର ସମ୍ପତ୍ତି ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ବଢିଛି । ପ୍ରାୟ ୬୭୪ ବ୍ୟବସାୟୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ଏହା ବ୍ୟତୀତ ଏହି ତାଲିକାରେ ୧୬୨ ନୂଆ ବ୍ୟକ୍ତି ସାମିଲ ହୋଇଛନ୍ତି ।   

   Related Posts