Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଜେଲ ଯିବାରୁ ବଞ୍ଚିତ ହେଲେ ଅନିଲ ଅମ୍ବାନୀ : ଏରିକସନ କମ୍ପାନୀର ବାକି ସୁଝିବାରେ ସାହାଯ୍ୟ କଲେ ବଡ ଭାଇ ମୁକେଶ ଅମ୍ବାନୀ

19/03/2019 at 10:17 AM

ଦିଲ୍ଲୀ ୧୯/୩ : ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ ସୁପ୍ରିମକୋର୍ଟ ସମୟସୀମା ପୁରା ହେବା ଗୋଟିଏ ଦିନ ପୂର୍ବରୁ ଏରିକସନର ବାକି ଋଣ ସୁଝି ଜେଲ ଯିବାରୁ ବଂଚିତ ହୋଇଛନ୍ତି | ସୋମବାର ଦିନ ଆରକମ ଟେଲିକମ ଉପକରଣ ନିର୍ମାତା ସ୍ଵିଡ଼ିସ କମ୍ପାନୀ ଏରିକସନକୁ ୪୫୮.୭୭ କୋଟି ଟଙ୍କାର ବାକି ସୁଝି ଦେଇଛନ୍ତି | ଏଥିରେ ଜୋରିମାନା ଏବଂ ଋଣର ସୁଧ ମଧ୍ୟ ସାମିଲ ଅଛି | ଫେବୃଆରୀ ୧୯ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣିରେ ଅନିଲ ଅମ୍ବାନୀଙ୍କୁ ୪ ସପ୍ତାହ ମଧ୍ୟରେ ବାକି ଟଙ୍କା ଶୁଝିବା ପାଇଁ ନିର୍ଦେଶ ଦେଇଥିଲେ | ବାକି ନଶୁଝିଲେ ଅନିଲ ଅମ୍ବାନୀଙ୍କୁ ଜେଲ ଯିବାକୁ ପଡିବ ବୋଲି କୋର୍ଟ କହିଥିଲେ | ଏରିକସନ ମାମଲାରେ ଅଦାଲତଙ୍କ ଅବମାନନା କରିଥିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା |


ଆରକମ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ସାହାଯ୍ୟ କରିଥିଲେ ବଡ ଭାଇ ମୁକେଶ ଅମ୍ବାନୀ | ନିଜର ସଙ୍କଟ ସମୟରେ ସାହାଯ୍ୟ କରିଥିବାରୁ ଅନିଲ ଅମ୍ବାନୀ ବଡ ଭାଇ ମୁକେଶ ଅମ୍ବାନୀ ଏବଂ ଭାଉଜ ନିତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସଙ୍କଟ ସମୟରେ ଛିଡା ହୋଇ ବଡ ଭାଇ ପାରିବାରିକ ମୂଲ୍ୟର ମହତ୍ୱ ଦର୍ଶାଇଛନ୍ତି ବୋଲି କହିଛନ୍ତି ଅନିଲ ଅମ୍ବାନୀ |


ଏରିକସନର ପ୍ରବକ୍ତା କହିଛନ୍ତି ଯେ, ତାଙ୍କ କମ୍ପାନୀର ବାକି ଟଙ୍କା, ୪୫୮.୭୭ କୋଟି ଟଙ୍କା ଆରକମ ତରଫରୁ କରାଯାଇଛି | ଆରକମ ଉପରେ ସମୁଦାୟ ୫୭୧ କୋଟି ଟଙ୍କା ବାକି ଥିଲା | ଯେଉଁଥିରୁ ୫୦୦ କୋଟି ଟଙ୍କା ୱାନଟାଇମ ସେଟେଲମେଣ୍ଟ ଏବଂ ୨୧ କୋଟି ଟଙ୍କା ସୁଧ ରହିଥିଲା | ଆରକମ ଏହା ପୂର୍ବରୁ ୧୧୮ କୋଟି ଟଙ୍କା ସୁଝି ଦେଇଥିଲା |

   Related Posts