ପୁଅ ବାହାଘରରେ ୫୦ ହଜାର ପୋଲିସକର୍ମୀଙ୍କ ମିଠା ପାକେଟ ପଠାଇଲେ ମୁକେଶ ଅମ୍ବାନୀ : ମିଠା ପାକେଟରେ କ'ଣ ଥିଲା ଜାଣନ୍ତୁ

Published By : Prameya-News7 Bureau | March 08, 2019 IST

ମୁମ୍ବାଇ ୮/୩ : ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ହୀରା ବ୍ୟବସାୟୀ ରସଲ ମେହତାଙ୍କ ଝିଅ ଶ୍ଲୋକା ମେହତାଙ୍କ ସହ ହେବାକୁ ଯାଉଛି | ମୁକେଶ ଅମ୍ବାନୀ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ପୂର୍ବରୁ ମୁମ୍ବାଇର ୫୦ ହଜାର ପୋଲିସକର୍ମୀଙ୍କୁ ମିଠା ପଠାଇଛନ୍ତି | ଜଣେ ଅଧିକାରୀ କହିଛନ୍ତି ଯେ, ମୁମ୍ବାଇର ସମସ୍ତ ଥାନାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମିଠା ଡବା ପଠାଇଛନ୍ତି | ଆସନ୍ତାକାଲି ଆକାଶ ଅମ୍ବାନୀଙ୍କ ବାହାଘର ହେବ | ମିଠା ପାକେଟ ପାଇଥିବା ଜଣେ ପୋଲିସକର୍ମୀ କହିଛନ୍ତି ଯେ, ମିଠା ପାକେଟରେ ମୁକେଶ ଅମ୍ବାନୀ, ନିତା ଅମ୍ବାନୀ ଏବଂ ତାଙ୍କ ସନ୍ତାନଙ୍କ ନାଁର ଏକ ନିମନ୍ତ୍ରଣ କାର୍ଡ ମଧ୍ୟ ଅଛି |

{"id":91695}


ବୁଧବାର ଦିନ ଅମ୍ବାନୀ ପରିବାର ଏବଂ ମେହତା ପରିବାର ଛୋଟ ପିଲାଙ୍କୁ ଖାଇବା ଦେଇଥିଲେ | ଶ୍ଲୋକା ମେହତା ଏବଂ ଆକାଶ ଅମ୍ବାନୀ ପିଲାଙ୍କୁ ନିଜେ ଖାଦ୍ୟ ପରସିଥିଲେ | ଜିଓ ୱାର୍ଲଡ ସେଣ୍ଟରରେ ଅନ୍ନ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହାସହ ଅମ୍ବାନୀ ପରିବାର ଧିରୁଭାଇ ଅମ୍ବାନୀ ଛକ ମଧ୍ୟ ଉଦଘାଟନ କରାଯାଇଥିଲା | ଖାଇବା ସହ ମ୍ୟୁଜିକାଲ ଫାଉଣ୍ଟେନ ମଧ୍ୟ ପିଲାମାନେ ବହୁତ ଉପଭୋଗ କରିଥିଲେ |

{"id":91696}


ଗତକାଲି ମୁମ୍ବାଇ ସ୍ଥିତ ନ୍ୟାସନାଲ ସ୍ପୋର୍ଟ୍ସ କ୍ଲବରେ ମେହେନ୍ଦି ସମାରୋହ ହୋଇଥିଲା | ଆସନ୍ତାକାଲି, ମାର୍ଚ୍ଚ ୯ ତାରିଖରେ ଜିଓ ୱାର୍ଲଡ ସେଣ୍ଟର, ବାନ୍ଦ୍ରା- କୁର୍ଲା କମ୍ପ୍ଲେକ୍ସରେ ବାହାଘର ହେବ | ଆସନ୍ତାକାଲି ଟ୍ରାଇଡେଣ୍ଟ ହୋଟେଲରୁ ଦିନ ୩ଟା ବେଳେ ବରଯାତ୍ରୀ ବାହାରିବ | ରାତି ୮ଟାରେ ବାହାଘର ହେବ | ମାର୍ଚ୍ଚ ୧୧ ତାରିଖରେ ଜିଓ ୱାର୍ଲଡ ସେଣ୍ଟରରେ ରିସେପସନ ହେବ |

{"id":91697}


ବାହାଘର ସମାରୋହରେ ଅନେକ ଅଭିନେତା ଅଭିନେତ୍ରୀ ତଥା ରାଜନେତା ଯୋଗଦେବେ |

{"id":91698}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.