Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଦଶମ ସ୍ଥାନରେ ମୁକେଶ ଅମ୍ବାନୀ : ୪.୫୮ ଲକ୍ଷ କୋଟି ଟଙ୍କାର ମାଲିକ

20/06/2020 at 4:48 PM

ମୁମ୍ବାଇ ୨୦/୦୬ : ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦୁନିଆର ସବୁଠାରୁ ଧନୀ ତାଲିକାର ଦଶମ ସ୍ଥାନରେ ପହଞ୍ଚି ଯାଇଛନ୍ତି | ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରଥମଥର ପାଇଁ ୬୦୦ କୋଟି ଡଲାର (୪.୫୮ ଲକ୍ଷ କୋଟି) ଟଙ୍କାରେ ପହଞ୍ଚିଛି |

ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ଅନୁସାରେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୁରୁବାରରୁ ଶୁକ୍ରବାର ମଧ୍ୟରେ ମାତ୍ର ଗୋଟିଏ ଦିନରେ ୧.୧୬ କୋଟି ଡଲାର ବୃଦ୍ଧି ପାଇଛି | ଗୋଟିଏ ଦିନରେ କମ୍ପାନୀର ସେୟାର ୧୬୫୬.୨୫ ଟଙ୍କାରୁ ୧୩୨ ଟଙ୍କା ବୃଦ୍ଧି ପାଇ ୧୭୮୮.୬୦ ରେ ପହଞ୍ଚିଥିଲା | ସ୍ପାନିସ ଫ୍ୟାସନ ରିଟେଲ ଚେନ ଜାରାର ସଂସ୍ଥାପକ ଏବଂ ପୂର୍ବତନ ଚେୟାରମ୍ୟାନ ଓର୍ଟିଗାଙ୍କୁ ଅମ୍ବାନୀ ପଛରେ ପକାଇ ଦେଇଛନ୍ତି | ଓର୍ଟିଗାଙ୍କ ସମ୍ପତ୍ତି ୫୯୦ କୋଟି ଡଲାର |

ମୁକେଶ ଅମ୍ବାନୀ ଶୁକ୍ରବାର ଦିନ କହିଥିଲେ ଯେ, ଗାତ ଦୁଇ ମାସରେ ରାଇଟ୍ସ ଇସ୍ୟୁ ଏବଂ ବିଶ୍ୱ ସ୍ଥରୀୟ ନିବେଶକଙ୍କ ଠାରୁ ୧.୬୯ ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ପରେ କମ୍ପାନୀର ଋଣ ଶୂନ ହୋଇଯାଇଥିଲା | ଅର୍ଥାତ ଅମ୍ବାନୀଙ୍କ କମ୍ପାନୀ ବର୍ତ୍ତମାନ ସମ୍ପୂର୍ଣ ଋଣମୁକ୍ତ | ଗାତ ୫୮ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ବିଶ୍ୱ ସ୍ଥରୀୟ ନିବେଶକଙ୍କ ଠାରୁ ୧.୧୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିଥିଲା | କମ୍ପାନୀ ଏହି ରାଶି ଜିଓ ପ୍ଲାଟଫର୍ମ ଲିମିଟେଡ଼ର ନିଜର ଅଂଶୀଦାର ବିକ୍ରିକରି ଯୋଗାଡ କରିଥିଲା | ରାଇଟ୍ସ ଇସ୍ୟୁ ଜାରି କରି କମ୍ପାନୀ ୫୩୨୪.୨୦ କୋଟି ଟଙ୍କା ଯୋଗାଡ କରିଥିଲା | କମ୍ପାନୀ ଏକ ବୟାନରେ କହିଛି ଯେ ଗତବର୍ଷ ଇନ୍ଧନ ବିପଣନ ବ୍ୟବସାୟରେ ୪୯ ପ୍ରତିଶତ ଅଂଶୀଦାର ବ୍ରିଟେନର ବିପିକୁ ୭ ହଜାର କୋଟି ଟଙ୍କା ବିକ୍ରି କରିବା ଏବଂ ନିକଟରେ ହାସଲ ହୋଇଥିବା ବିନିଯୋଗରେ କମ୍ପାନୀ ମୋଟ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିଥିଲା |

ବୟାନ ଅନୁଯାୟୀ, ରିଲାଏନ୍ସ ଉପରେ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ଶେଷରେ ୧୬୧୦୩୫ କୋଟି ଟଙ୍କା ଋଣ ଥିଲା | ଏହି ବିନିଯୋଗ ସହିତ ରିଲାଏନ୍ସର ସମ୍ପୂର୍ଣ ଋଣମୁକ୍ତ ହୋଇଯାଇଛି | ମୁକେଶ ଅମ୍ବାନୀ କହିଛନ୍ତି, ସେ ସେୟାର ଧାରକଙ୍କୁ କରିଥିବା ପ୍ରତିଶୃତି ପୁରା କରିଛନ୍ତି | ରିଲାଏନ୍ସର ଶୁଦ୍ଧ ଋଣ ମାର୍ଚ୍ଚ ୩୧ ତାରିଖ, ଅବଧି ପୂର୍ବରୁ ଶୂନ ହୋଇଯାଇଥିଲା | ଦେଶର ସବୁଠାରୁ ବଡ ଦୂର ସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ, ଜିଓ ପ୍ଲାଟଫର୍ମର ଏକ ଅଂଶ |

କମ୍ପାନୀ ଫେସବୁକ, ସିଲଭର ଲେକ, ବିଷ୍ଟା ଇକକିଟି ପାର୍ଟନର୍ସ, ଜେନେରାଲ ଆଟ୍ଲାଣ୍ଟିକ, କେକେଆର, ମୁବାଦଲା, ଟିପିଜି, ଏଲ କେଟେରଟନ, ପିଆଇଏଫ ଭଳି ବିଶ୍ୱ ସ୍ଥରୀୟ ନିବେଶକଙ୍କ ଠାରୁ ଏପ୍ରିଲ ୨୨ ତାରିଖରୁ ଏବେ ସୁଦ୍ଧା ୧୧୫୬୯୩.୯୫ କୋଟି ଟଙ୍କା ଯୋଗାଡ କରିଥିଲେ | ଜୁନ ୧୮ ତାରିଖରେ ସାଉଦି ଆରବର ପିଆଇଏଫର ୧୧ ହଜାର ୩୬୬୭ କୋଟି ଟଙ୍କାରେ ଜିଓ ପ୍ଲାଟଫର୍ମର ୨.୩୨ ପ୍ରତିଶତ ଭାଗିଦାରୀ କିଣିବା ସହ କମ୍ପାନୀ ସହ ଆର୍ଥିକ ଭାବେ ଯୋଡି ହେବାର ଉପସ୍ଥିତ ଚରଣ ଶେଷ ହୋଇଯାଇଥିଲା | 

 ରିଲାଏନ୍ସ ଇଣ୍ଡଷ୍ଟ୍ରି ଦେଶର ସବୁଠାରୁ ବଡ ରାଇଟ୍ସ ଇସ୍ୟୁ ଜାରି କରିଥିଲା ଯେଉଁଥିରୁ ୧.୫୯ ଗୁଣ ଅଧିକ ଟଙ୍କା ମିଳିଥିଲା | ଏହି ନିର୍ଗମର ଆକାର ୫୩୨୨୪ କୋଟି ଟଙ୍କା | କମ୍ପାନୀକୁ ଏବେ ମାତ୍ର ୨୫ ପ୍ରତିଶତ ମିଳିଛି | ଅମ୍ବାନୀ ଅଗଷ୍ଟ ୧୨ ରେ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସର ଶୁଦ୍ଧ ଋଣ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶୂନ କରିବାକୁ ଲକ୍ଷ ରଖିଥିଲେ |

   Related Posts