Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୁ ହୁ ହୋଇ ବଢ଼ୁଛି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି, ବିଶ୍ବର ଚତୁର୍ଥ ଧନୀ ଆସନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ

8/08/2020 at 5:04 PM

ନୂଆଦିଲ୍ଲୀ ୮/୮: ରିଲାୟନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନି ଫ୍ରାନ୍ସର ବର୍ଣ୍ଣାଡ଼ ଅର୍ଣ୍ଣାଲ୍ଟଙ୍କୁ ପଛରେ ପକାଇ ଏବେ ବିଶ୍ବର ଚତୁର୍ଥ ସବୁଠୁ ଧନୀ ହୋଇଯାଇଛନ୍ତି। ଏହି ତାଲିକାରେ ମୁକେଶ ଅମ୍ବାନିଙ୍କ ଉପରେ କେବଳ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ,ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟସ୍ ଏବଂ ଆମାଜନର ସିଇଓ ଜେଫ ବେଜୋସ୍ ଅଛନ୍ତି।

ନିକଟରେ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କ ମାଲିକାନାରେ ଥିବା ରିଲାୟନ୍ସ ଇଣ୍ଡଷ୍ଟ୍ରି ଫ୍ୟୁଚରବ୍ରାଣ୍ଡ ସୂଚକାଙ୍କ ୨୦୨୦ରେ ଆପଲ୍ ପରେ ବିଶ୍ବର ଦ୍ବିତୀୟ ସବୁଠୁ ବଡ଼ ବ୍ରାଣ୍ଡ ହୋଇଥିଲା। କେବଳ ଏତିକି ନୁହେଁ,ତାଙ୍କ କମ୍ପାନୀ ରିଲାୟନ୍ସ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଦେଶର ସବୁଠୁ ବଡ଼ କମ୍ପାନୀ ମଧ୍ୟ। କିଛି ଦିନ ତଳେ ରିଲାୟନ୍ସର ସେୟାର ୨୧୪୬ଟଙ୍କାରେ ବନ୍ଦ ହୋଇଥିଲା। ଜୁଲାଇ ୨୭ତାରିଖରେ ଏହା ୨୧୯୮ଟଙ୍କାର ଉଚ୍ଚତମ ସ୍ତରକୁ ଛୁଇଁଥିଲା।

ଅମ୍ବାନୀଙ୍କ ସମ୍ପତ୍ତି ୮୦.୬ଆରବ ଡଲାର ଅର୍ଥାତ୍ ପାଖାପାଖି ୬.୦୩ ଲକ୍ଷ କୋଟି ହୋଇଯାଇଛି। ଏବର୍ଷ ତାଙ୍କ ସମ୍ପତ୍ତିରେ ୨୨ଆରବ ଡଲାର ବୃଦ୍ଧି ହୋଇଛି। ସେ ଜିଓ ପ୍ଲାଟଫର୍ମରେ ନିବେଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ୧.୫ଲକ୍ଷ କୋଟିରୁ ଅଧିକ ଫଣ୍ଡ ଏକାଠି କରିଛନ୍ତି। ଜିଓକୁ ବିଶ୍ବ ସ୍ତରରେ ଲଗାତାର ନିବେଶ ମିଳିବାରୁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଏହା ସହିତ ରିଲାୟନ୍ସ ଇଣ୍ଡଷ୍ଟ୍ରି କରଜମୁକ୍ତ ମଧ୍ୟ ହୋଇସାରିଛି। ଏହି କାରକ ଯୋଗୁଁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି।

   Related Posts