ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଓଡିଶା ପହଞ୍ଚିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ

Published By : Prameya-News7 Bureau | November 12, 2018 IST

ଭୁବନେଶ୍ବର ୧୨/୧୧: ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଓଡିଶା ପହଞ୍ଚିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଦିନ ୧୨.୪୫ରେ ଉଦବୋଧନ ଦେବାପରେ ମୁକେଶ ଅମ୍ବାନୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଝିଅ ବାହାଘର ନିମନ୍ତ୍ରଣପତ୍ର ଦେବେ। ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆରେ ପହଞ୍ଚିବେ। କଡା ସୁରକ୍ଷା ବ୍ୟବସ୍ଥା ସହ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯିବ। ଭିତରକାଠ ପାଖରେ ଛିଡା ହୋଇ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.