Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୧୨ବର୍ଷ ହେଲା ବଢ଼ି ନାହିଁ ମୁକେଶ ଅମ୍ବାନିଙ୍କ ଦରମା : ଜାଣନ୍ତୁ କାହିଁକି?

24/06/2020 at 3:13 PM

ନୂଆଦିଲ୍ଲୀ ୨୪/୬: ଦେଶର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରିରେ ଗତ ଆର୍ଥିକ ବର୍ଷରେ ନିଜ ବେତନ ଭତ୍ତା ଏବଂ କମିଶନ ୧୫କୋଟି ଟଙ୍କା ସ୍ତରରେ ବଜାୟ ରଖିଥିଲେ। କମ୍ପାନୀରୁ ମିଳୁଥିବା ତାଙ୍କର ବାର୍ଷିକ ଆୟ ଲଗାତାର ୧୨ବର୍ଷ ଧରି ସ୍ଥିର ରହିଛି।

 ସେ କୋଭିଡ-୧୯ ମହାମାରୀ ଯୋଗୁଁ ବ୍ୟାପୁଥିବା ସଙ୍କଟକୁ ଆଖି ଆଗରେ ରଖି ନିଜ ଦରମା ନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅମ୍ବାନୀ ନିଜ ଦରମା,ଅନ୍ୟାନ୍ୟ ସୁବିଧା,ଭତ୍ତା ଏବଂ କମିଶନ ୨୦୦୮-୦୯ରୁ ୧୫କୋଟି ଟଙ୍କା ସ୍ଥିର ରଖିଛନ୍ତି। ସେ ଏହି ପରି ପ୍ରତି ବର୍ଷ ନିଜ ପୁରସ୍କାର ରାଶି ୨୪କୋଟି ଟଙ୍କାରୁ ଅଧିକ ଟଙ୍କା ତ୍ୟାଗ କରିଛନ୍ତି।

ଅମ୍ବାନୀ ଅପ୍ରେଲ୍ ମାସ ଶେଷରେ ନିଜ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ କମ୍ପାନୀ କରୋନା ମହାମାରୀ ଯୋଗୁଁ କର୍ମଚାରୀଙ୍କ ବେତନରେ ୧୦ରୁ ୫୦ପ୍ରତିଶତ ହ୍ରାସ କରିବାର ନିଷ୍ପତ୍ତି ନେଇଥିଲା।

ଅମ୍ବାନିଙ୍କ ପୁରସ୍କାର ରାଶିରେ ୪.୩୬କୋଟି ଟଙ୍କା ବେତନ ଏବଂ ଭତ୍ତା ସାମିଲ ରହିଛି। ଏହା ୨୦୧୮-୧୯ରେ ତାଙ୍କୁ ମିଳିଥିବା ୪.୪୫କୋଟି ଟଙ୍କାରୁ ସାମାନ୍ୟ କମ୍ ଅଟେ। ତାଙ୍କ କମିଶନ ୯.୫୩କୋଟି ଟଙ୍କାରେ ସ୍ଥିର ରହିଥିବାବେଳେ ଅନ୍ୟ ସୁବିଧା ୪୦ଲକ୍ଷରୁ ହ୍ରାସ ପାଇ ୩୧ଲକ୍ଷ ଟଙ୍କାକୁ ଆସି ଯାଇଛି। ତାଙ୍କ ସେବାନିବୃତ୍ତି ଲାଭ ୭୧ଲକ୍ଷ ଟଙ୍କା ଥିଲା।

   Related Posts