ମୁକେଶ ଅମ୍ବାନୀଙ୍କୁ ଦ୍ୱିତୀୟ ଝଟକା ! ଟପ୍ -୧୦ ଧନୀ ତାଲିକାରେ ନାହିଁ ନାଁ
6/01/2021 at 3:52 PM

ନୂଆଦିଲ୍ଲୀ ୦୬/୦୧: ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ନା ଏବେ ସେ ଏସିଆର ସବୁଠୁ ବଡ ଧନୀ ନା ଦୁନିଆର ଟପ୍ -୧୦ ଅରବପତିଙ୍କ ତାଲିକାରେ ଅଛନ୍ତି। ଆଜି ପାଣି ବୋତଲ ଏବଂ ଭ୍ୟାକସିନ ତିଆରି କରୁଥିବା ଚାଇନା କମ୍ପାନୀର ମାଲିକ ଯୁଙ୍ଗ ସାନସାନ ମୁକେଶ ଅମ୍ବାନିଙ୍କ ଠାରୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ଛଡେଇ ନେଇଛନ୍ତି , ତେଣୁ ବର୍ତମାନ ଦୁନିଆର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ଗଣନାରୁ ଅମ୍ବାନୀ ବାହାରି ଯାଇଛନ୍ତି। ଏବେ ସାନସାନ ଦୁନିଆର ଟପ ୧୦ ଧନୀ ବ୍ୟକ୍ତିଙ୍କ ଗଣନାରେ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି ଏବଂ ଅମ୍ବାନୀ ଦ୍ୱାଦଶ ସ୍ଥାନରେ। ଆଜି ସକାଳ ପର୍ଯ୍ୟନ୍ତ ଦଶମ ସ୍ଥାନରେ ଥିଲେ। ସେପଟେ ଏଲନ ମାସ୍କ ଦ୍ୱିତୀୟ ନମ୍ବରରେ ଏବଂ ଦୁନିଆର ସବୁଠୁ ଶ୍ରେଷ୍ଠ ଧନୀ ଜେଫ୍ ବେଯୋଶଙ୍କ ମୁକୁଟ ଛଡ଼ାଇବା ପାଇଁ ନିକଟରେ ପହଞ୍ଚିଲେଣି।
ମୁକେଶ ଅମ୍ବାନୀଙ୍କୁ ୨୦୨୦ ବର୍ଷ ବିଦାୟ ଦେଉଦେଉ ଦ୍ୱିତୀୟ ଝଟକା ଦେଇଗଲା। ପ୍ରଥମେ ଦୁନିଆର ଟପ-୧୦ ଧନୀ ବ୍ୟକ୍ତିଙ୍କ ଗଣନାରୁ ବାହାରିଲେ ଏବଂ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବାର ଆଖ୍ୟା ମଧ୍ୟ ହାତରୁ ଚାଲିଗଲା। ଯଦିଓ ଜାନୁଆରୀ ରେ ଚୀନର ଯୁଙ୍ଗ ସାନସାନଙ୍କ ଠାରୁ ସେ ନିଜର ପଦ ଫେରି ପାଇଥିଲେ କିନ୍ତୁ ପୁଣି ଥରେ ତାଙ୍କ ଠାରୁ ଛଡେଇ ନିଆଗଲା।