ଜନ୍ମଦିନ ପୂର୍ବଦିନ ଦୁର୍ଘଟଣାରେ ଅଭିନେତ୍ରୀ ଆଞ୍ଚଲଙ୍କ ଗୋଡ଼ରେ ଫ୍ରାକ୍ଚର, ଜିତିଥିଲେ ରିୟଲିଟି ଶୋ ଟାଇଟଲ୍

Published By : Prameya-News7 Bureau | August 05, 2020 IST

ମୁମ୍ବାଇ ୫/୮: ଡେଟିଂ ଉପରେ ଆଧାରିତ ଟିଭି ରିୟଲିଟି ଶୋ ‘ମୁଝସେ ଶାଦି କରୋଗେ’ରୁ ପ୍ରସିଦ୍ଧି ପାଇଥିବା ଅଭିନେତ୍ରୀ ଆଞ୍ଚଲ୍ ଖୁରାନାଙ୍କ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ହୋଇଯାଇଛି। ଅଜାଣତରେ ରାସ୍ତାରେ ତାଙ୍କୁ ଏକ କାର୍ ଧକ୍କା ଦେଇଛି ଯାହା ଫଳରେ ତାଙ୍କ ଗୋଡ଼ର କିଛି ମାଂସପେଶୀ ଫାଟି ଯାଇଛି। ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ଡାକ୍ତର ତାଙ୍କୁ ୧୫ଦିନ ପାଇଁ ବେଡ ରେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

{"id":310081,"sizeSlug":"large"}

ଆଞ୍ଚଲ୍ ଏବର୍ଷ ଟିଭିରେ ପ୍ରଥମ ଥର ପ୍ରସାରିତ ହୋଇଥିବା ରିୟଲିଟି ଶୋ ‘ମୁଝସେ ଶାଦି କରୋଗେ’ର ବିଜେତା ରହିଥିଲେ। ଏହି ସମୟରେ ସେ ନିଜ ପରିବାର ସହ ଦିଲ୍ଲୀରେ ଅଛନ୍ତି ଏବଂ ସେ ଆସନ୍ତା ୬ତାରିଖ ଦିନ ନିଜ ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତି କରିଥିଲେ। କିନ୍ତୁ ଏବେ ତାଙ୍କ ଯୋଜନା ପାଣିଫୋଟକା ପରି ଫାଟି ଯାଇଛି। ଦୁର୍ଘଟଣାର ସୂଚନା ଦେଇ ଆଞ୍ଚଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ପଛକୁ କରୁଥିଲେ। ସେ ପଛରେ ଆଞ୍ଚଲକୁ ଛିଡ଼ା ହୋଇଥିବାର ଦେଖିନଥିଲେ।

{"id":310083,"sizeSlug":"large"}

ସେମାନେ ପରସ୍ପରକୁ ଦେଖିନଥିଲେ। ତାଙ୍କ କାର୍ ଆଞ୍ଚଲଙ୍କୁ ଧକ୍କା ମାରିଥିଲା। ଧକ୍କା ଯୋଗୁଁ ତାଙ୍କୁ ଗଭୀର କ୍ଷତ ଲାଗିଥିଲା ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା। ଯନ୍ତ୍ରଣାରେ ସେ ବହୁତ କଷ୍ଟ ପାଇଥିଲେ। ଯାଞ୍ଚ କରିବା ପରେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ଗୋଡ଼ର କିଛି ମାଂସପେଶୀ ଫାଟି ଯାଇଛି। ଏବେ ତାଙ୍କୁ ଅତିକମରେ ୧୫ଦିନ ଯାଏଁ ବେଡ ରେଷ୍ଟ ଦରକାର।

{"id":310084,"sizeSlug":"large"}

ନିଜ ଜନ୍ମଦିନ ପ୍ରସ୍ତୁତି ବିଷୟରେ ଆଞ୍ଚଲ୍ କହିଛନ୍ତି,‘ଅଗଷ୍ଟ ୬ତାରିଖରେ ତାଙ୍କ ଜନ୍ମଦିନ ଏବଂ ସେ ଏଥିପାଇଁ ଏକ ପାର୍ଟିର ଆୟୋଜନ କରିବାର ପ୍ରସ୍ତୁତି କରିଥିଲେ। କିନ୍ତୁ ଏବେ ବୋଧହୁଏ ଏସବୁ କିଛି ସମ୍ଭବ ହୋଇ ପାରିବ ନାହିଁ। ଏଥିପାଇଁ ତାଙ୍କୁ ବହୁତ ଖରାପ ଲାଗୁଛି।

{"id":310085,"sizeSlug":"large"}

ଆଞ୍ଚଲ୍ ଆଗକୁ କହିଥିଲେ ଯେ ଧକ୍କା ହେବା ପରେ ସେହି ବ୍ୟକ୍ତି ତାଙ୍କୁ କ୍ଷମା ମାଗିଥିଲେ ତେଣୁ ସେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାକୁ ଚାହୁଁନାହାନ୍ତି।

{"id":310087,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.