Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବୋଦା ଦେହରେ ‘ମହମ୍ମଦ’ ସାହେବଙ୍କ ନାମ, ଦର ହେଲା ୧ ଲକ୍ଷ ଟଙ୍କା

19/07/2020 at 9:24 PM

ବାନ୍ଦା ୧୯।୭: ବକରୀଦ ଯେତିକି ପାଖଉଛି ଦେଶରେ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ସବକୁ ନେଇ ଉତ୍ସାହ ବଢିବାରେ ଲାଗିଛି। ଏଥିରେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ମହୁ ବ୍ଲକ୍‌ରେ ଏକ ବୋଦା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ନିବାଦା ଗାଁର ଜନୈକ ବ୍ୟକ୍ତି ପାଳିଥିବା ଏହି ବୋଦା ଦେହରେ ମହମ୍ମଦ ଲେଖା ରହିଛି। ଏହାକୁ ଦେଖିବା ଲାଗି ଗାଁକୁ ଏବେ ମୁସଲମାନ ଲୋକଙ୍କ ଧାଡି ଲମ୍ବିଛି। ଏହାକୁ କ୍ରୟ କରିବା ଲାଗି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ବେଳେ ଏହାର ମୂଲ୍ୟ ଏବେ ଲକ୍ଷରେ ଆକଳନ କରାଯାଉଛି।

ଉତ୍ତରପ୍ରଦେଶରେ କରୋନା ଲକଡାଉନ୍‌ ଯୋଗୁ ପଶୁଙ୍କ ବଜାର ଏବେ ଲାଗି ପାରୁନାହିଁ। ହେଲେ ଲୋକେ ଉତ୍ସବ ଲାଗି ଗାଁକୁ ଗାଁ ବୁଲି ଛେଳି ସଂଗ୍ରହ କରୁଥିବା ଦେଖାଯାଇଛି। ଏହି କ୍ରମରେ ଲୋକେ ଏବେ ଗାଁ ମୁହାଁ ହୋଇଥିବା ବେଳେ ନାବାଦା ଗାଁକୁ ଛେଳି କିଣିବାକୁ ଯାଇଥିବା ଲୋକେ ଇସ୍ଲାମ ଧର୍ମର ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ନାମ ଏକ ଛେଳି ଦେହରେ ଲେଖାଥିବା ଦେଖିବାକୁ ପାଇଛନ୍ତି। ବୋଦାଟିକୁ ଦେଖିବାମାତ୍ରେ ଏହା ବିଦ୍ୟୁତ ବେଗରେ ପ୍ରଚାରିତ ହୋଇଯାଇଥିଲା।

ଖବର ପାଇ ଆଖପାଖ ଅଞ୍ଚଳର ମୁସଲମାନ ଲୋକେ ଏବେ ଛେଳିକୁ ଦେଖିବାକୁ ଗାଁକୁ ଛୁଟୁଛନ୍ତି। ଏଥିରେ କେତେକ ଲୋକେ ଛେଳି କିଣିବାକୁ ଆଗ୍ରହ କରି ଏହାର ମୂଲ୍ୟ ଲକ୍ଷେ ଟଙ୍କା ଉପରକୁ ନେଇଯାଇଛନ୍ତି। ଗାଁର ମହମ୍ମଦ ହାସୀମଙ୍କ ଘରେ ଏହି ବୋଦାଟି ଅଛି। ଏହାର ବୟସ ଏବେ ଦୁଇ ବର୍ଷ ଉପରେ ହୋଇଥିବା ବେଳେ ଏହା ଦେହରେ ମହମ୍ମଦ ସାହେବଙ୍କ ନାମ ଲେଖାଥିବାରୁ ଲୋକେ ତାକୁ ଦେଖିବାକୁ ଆସୁଥିବା ହାସୀମ କହିଛନ୍ତି। ବୋଦାର ଦର ଏବେ ଲୋକେ ୧ଲକ୍ଷ ୩୦ ହଜାର ଟଙ୍କାରେ ପହଞ୍ଚାଇ ସାରିଥିବା ଜଣାପଡିଛି।

   Related Posts