ପରିତ୍ୟକ୍ତ ଶବ ସତ୍କାର କରୁଥିବା ସମାଜସେବୀ ଶରିଫ ଚାଚାଙ୍କୁ ପଦ୍ମଶ୍ରୀ ସମ୍ମାନ: ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ସରକାରୀ ସହାୟତା

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯/୧୧ : ପରିତ୍ୟକ୍ତ ଶବମାନଙ୍କ ମସିହା ନାମରେ ପରିଚିତ ମୁହମ୍ମଦ ଶରିଫଙ୍କୁ ସୋମବାର ଦିନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି। ୫ ହଜାରରୁ ଅଧିକ ପରିତ୍ୟକ୍ତ ଶବ ସତ୍କାର କରିଥିବା ସମାଜସେବୀ ମୁହମ୍ମଦ ଶରିଫ ସେହି ବ୍ୟକ୍ତି ଯିଏ ନିଜ ପୁଅର ଅନ୍ତିମ ସଂସ୍କାର କରିପାରି ନଥିଲେ। ତାପରେ ସେ ନିଷ୍ପତ୍ତି ନେଇଥିଲେ ଯେ କୌଣସି ହିନ୍ଦୁ କିମ୍ବା ମୁସଲମାନଙ୍କ ଶବ ପରିତ୍ୟକ୍ତ ରହିବନି। ସେ ସମସ୍ତଙ୍କ ଶବ ସତ୍କାର କରିବାକୁ ନିଷ୍ପତ୍ତି ନେଲେ। ତାପରେ ସେ ୩ ହଜାର ହିନ୍ଦୁ ଓ ୨ ହଜାରରୁ ଅଧିକ ମୁସଲମାନଙ୍କ ଶବ ସତ୍କାର କରିସାରିଛନ୍ତି।

{"id":541214,"width":687,"height":515,"sizeSlug":"full","linkDestination":"none"}

ମୁହମ୍ମଦ ଶରିଫ ଅଯୋଧ୍ୟାରେ ରୁହନ୍ତି। ୨୫ ବର୍ଷ ପୂର୍ବରୁ ସୁଲତାନପୁରରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା, କିନ୍ତୁ କେହି ତାଙ୍କର ଅନ୍ତିମ ସଂସ୍କାର କରିନଥିଲେ। ଏହି ଘଟଣା ପରେ ସେ ନିଷ୍ପତ୍ତି ନେଇଥିଲେ ଯେ ସମସ୍ତ ପରିତ୍ୟକ୍ତ ଶବର ସତ୍କାର ସେ ନିଜେ କରିବେ। ତାପରେ ସେ ଅନ୍ତିମ ସଂସ୍କାର ଯାତ୍ରା ଆରମ୍ଭ କରିଥିଲେ ଏବଂ ଏବେ ଯାଏଁ ୫ ହଜାର ପରିତ୍ୟକ୍ତ ଶବ ସତ୍କାର କରିସାରିଛନ୍ତି।

ପଦ୍ମଶ୍ରୀ ସମ୍ମାନ ପାଇ ମୁହମ୍ମଦ ଶରିଫ ବହୁତ ଖୁସି ବୋଲି ସେ କହିଛନ୍ତି। ତାଙ୍କର ଏହି କାମ ପାଇଁ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହାଦ୍ୱାରା ତାଙ୍କ ମନୋବଳ ଆହୁରି ବଢିଛି। ସେ ଆଗକୁ ମଧ୍ୟ ଏହି କାମ ଜାରି ରଖିବେ ବୋଲି କହିଛନ୍ତି। ଶରିଫ ଚାଚା କହିଛନ୍ତି ଯେ ଶବ ସତ୍କାର ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳେନାହିଁ। ସେ ଜନତାଙ୍କ ଠାରୁ ଟଙ୍କା ସଂଗ୍ରହ କରି ଅନ୍ତିମ ସଂସ୍କାର କରନ୍ତି। ପ୍ରଥମେ ଲୋକେ ତାଙ୍କୁ ଥଟ୍ଟା କରୁଥିଲେ କିନ୍ତୁ ପରେ ତାଙ୍କୁ ସମ୍ମାନ ଦେବାକୁ ଲାଗିଲେ।

{"id":541215,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସେ କେବେ ସାକ୍ଷାତ କରିବେ ବୋଲି ସ୍ବପ୍ନରେ ବି ଭାବିନଥିଲେ। ତାଙ୍କୁ ସାକ୍ଷାତ କରି ସେ ବହୁତ ଖୁସି। ସେ ପ୍ରଧାନମନ୍ତ୍ରୀଙ୍କୁ ଏହି କାମ ପାଇଁ ସରକାରୀ ସାହାଯ୍ୟ ଓ ନିଜ ପାଇଁ ଏକ ଘର ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.