ଗୋଟିଏ ସିନେମା ନିର୍ଦେଶନାର ଅନନ୍ୟ ରେକର୍ଡ଼ : ୬୦ ବର୍ଷ ହେଲାଣି ଭାଙ୍ଗିନି, କିଏ ସେ ଡାଇରେକ୍ଟର ଏବଂ କ’ଣ ସେ ସିନେମା?

Published By : Prameya-News7 Bureau | June 14, 2020 IST

ମୁମ୍ବାଇ ୧୪/୬: ବଲିଉଡରେ ଏପରି ଅନେକ ଥର ସ୍ବର୍ଣ୍ଣିମ କାଳ ଆସିଛି। ଅନେକ ଥର ଏପରି କୁହାଯାଇଛି ଯେ ଏହା ବଲିଉଡର ସବୁଠୁ ସୁନ୍ଦର ସମୟ। ବଲିଉଡ ଆଜିଠୁ ୬୦ବର୍ଷ ତଳେ ଇତିହାସ ରଚିଥିଲା। ଏହି ଦିନ ମୁଗଲ-ଏ-ଆଜମ୍ ରିଲିଜ ହୋଇଥିଲା। ଏହା ବଲିଉଡର ଏବେ ସୁଦ୍ଧାର ସବୁଠୁ ବଡ଼ ଏବଂ ସଫଳ ଫିଲ୍ମ। ମୁଗଲ୍-ଏ-ଆଜମ୍‌ର ନିର୍ଦେଶନା ଦେଇଥିଲେ କେ ଆସିଫ ଯାହାଙ୍କର ଆଜି ଜନ୍ମଦିନ।

{"id":285992,"sizeSlug":"large"}

କେ ଆସିଫ ବଲିଉଡର ସେହି ଡାଇରେକ୍ଟର ମଧ୍ୟରେ ଗଣାଯାଆନ୍ତି ଯିଏ ତାଙ୍କ କ୍ୟାରିୟରରେ କେବଳ ୨ଟି ଫିଲ୍ମ କରିଥିଲେ-ଗୋଟିଏ ଥିଲା ‘ଫୁଲ୍ ଏବଂ ଅନ୍ୟଟି ‘ମୁଗଲ୍-ଏ-ଆଜମ୍’। ସେ ଫିଲ୍ମ ନିର୍ମାଣ କରିବାକୁ କୌଣସି କୋର୍ସ କରିନଥିଲେ।

{"id":285993,"sizeSlug":"large"}

କେ ଆସିଫଙ୍କୁ ମୁଗଲ-ଏ-ଆଜମ୍ ଫିଲ୍ମର ନିର୍ଦେଶନା ଦେବାକୁ ସୁଯୋଗ ମିଳିଥିଲା। ଲୋକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେ ଆସିଫ ମୁଗଲ-ଏ-ଆଜମ୍ ନିର୍ମାଣ କରିବାକୁ ୧୪ବର୍ଷ ଲଗାଇ ଦେଇଥିଲେ। ସେ ତାଙ୍କ ଜୀବନର ୧୪ବର୍ଷ ମୁଗଲ-ଏ-ଆଜମ୍ ନିର୍ମାଣ କରିବାରେ କଟାଇ ଦେଇଥିଲେ।

{"id":285994,"sizeSlug":"large"}

କୁହାଯାଏ ​ଯେ କେ ଆସିଫ ଏହି ଫିଲ୍ମର କାମ ସେ ସ୍ବାଧୀନତା ପୂର୍ବରୁ ଆରମ୍ଭ କରି ଦେଇଥିଲେ। ଦେଶରେ ଇଂରେଜ ଶାସନ ଚାଲିଥିବାବେଳେ ସେ ଏହି ଫିଲ୍ମ ନିର୍ମାଣ କରିବା ବିଷୟରେ ଭାବିଥିଲେ। ତାଙ୍କୁ ମୁଗଲ-ଏ-ଆଜମ୍ କରିବାର ଆଇଡିଆ ଆର୍ଦେଶିର ଈରାନୀଙ୍କ ଫିଲ୍ମ ‘ଅନାରକଲି’କୁ ଦେଖି ଆସିଥିଲା। ସେ ମୁଗଲ-ଏ-ଆଜମ୍ ନିର୍ମାଣ କରିବାରେ ପାଣି ଭଳି ଟଙ୍କା ଲଗାଇ ଥିଲେ।

{"id":285996,"sizeSlug":"large"}

ଯେତେବେଳେ ୫ରୁ ୧୦ଲକ୍ଷ ଟଙ୍କା​ରେ ଫିଲ୍ମ ନିର୍ମାଣ ହେଉଥିଲା,ସେତେବେଳେ ଆସିଫ କୋଟି କୋଟି ଟଙ୍କାରେ ଖେଳିବା ବିଷୟରେ ଭାବିଥିଲେ। ସେ ମୁଗଲ-ଏ-ଆଜମ୍ ୧.୫କୋଟି ଟଙ୍କାରେ ନିର୍ମାଣ କରିଥିଲେ। ସେ ତାଙ୍କର ଏହି ଫିଲ୍ମ ପାଇଁ ସବୁଠୁ ଭଲ କଳାକାର ଏବଂ ଆର୍ଟିଷ୍ଟ୍ ବାଛିଥିଲେ। ଏହି ଫିଲ୍ମରେ ଦିଲୀପ କୁମାର ଏବଂ ମଧୁବାଲାଙ୍କୁ ନିଆଯାଇଥିବାବେଳେ ସଙ୍ଗୀତ ପାଇଁ ମ୍ୟୁଜିକ୍ ଡାଇରେକ୍ଟର ନୌସାଦଙ୍କ ସହ ଯୋଗାଯୋଗ କରାଯାଇଥିଲା। ଫିଲ୍ମର ଗୋଟିଏ ଗୀତରେ ପ୍ରସିଦ୍ଧ ଗାୟକ ଗୁଲାମ ଅଲୀ ସାହେବ ନିଜ କଣ୍ଠ ଦେଇଥିଲେ।

{"id":285998,"width":587,"height":448,"sizeSlug":"large"}

ଏପରି କୁହାଯାଇଥିଲା ଯେ ସେହି ସମୟରେ ଗୁଲାମ ଅଲୀ ସାହେବ ମୁଗଲ-ଏ-ଆଜମ୍ ସହ ଯୋଡ଼ି ହେବାକୁ ଚାହୁଁନଥିଲେ। ସେ ଆସିଫଙ୍କୁ ମନା କରିବା ପାଇଁ କହିଥିଲେ ଯେ ସେ ୨୫୦୦୦ଟଙ୍କା ଫିସ୍ ନେବେ। କିନ୍ତୁ ସେ ଭୁଲିଯାଇଥିଲେ ଯେ ଆସିଫ ଏହି ଫିଲ୍ମ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ। ସେ ଗୁଲାମ ଅଲୀଙ୍କୁ ୧୦,୦୦୦ଟଙ୍କା ଆଡଭାନ୍ସ ଦେଇଥିଲେ। ସେହି ସମୟରେ ଲତା ମଙ୍ଗେସକର ଏବଂ ରଫି ଭଳି ଗାୟକଙ୍କୁ ୩୦୦ରୁ ୪୦୦ଟଙ୍କା ଦିଆଯାଉଥିଲା।

{"id":285999,"width":593,"height":378,"sizeSlug":"large"}

କେ ଆସିଫଙ୍କ ଉଦ୍ୟମ ଯୋଗୁଁ ସେ ମୁଗଲ-ଏ-ଆଜମ୍ କୁ ସାକାର କରି ଦେଖାଇଥିଲେ। କେ ଆସିଫଙ୍କୁ ଏହି କ୍ଲାସିକ୍ ଫିଲ୍ମ ପାଇଁ ଫିଏ୍ମଫେୟାର ଆଓ୍ବାର୍ଡ଼ ସହ ନ୍ୟାସନାଲ୍ ଫିଲ୍ମ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା। କିନ୍ତୁ ଏସବୁ ସତ୍ବେ ତାଙ୍କ କ୍ୟାରିୟର କେବଳ ଫିଲ୍ମ ଯାଏଁ ସୀମିତ ରହିଗଲା ଏବଂ ୧୯୭୧ମସିହାରେ ୪୮ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.