Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମେହବୁବାଙ୍କ ଆତଙ୍କବାଦୀ ପ୍ରେମ : କହିଲେ, ‘ଆମ ଗୁଳିରେ ମରିଲେ ଠିକ୍ କିନ୍ତୁ କେହି ଆତଙ୍କବାଦୀଙ୍କ ଗୁଳିରେ ମଲେ ଭୁଲ କେଉଁଠି ?’

11/10/2021 at 8:53 PM

ଶ୍ରୀନଗର ୧୧/୧୦ : ଆଜି ଜାମ୍ମୁ କାଶ୍ମୀର ପୁଞ୍ଚ୍‌ ସେକ୍ଟରରେ ଆତଙ୍କବାଦୀମାନେ ଭାରତୀୟ ସେନା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ​ରେ ଭାରତୀୟ ସେନାର ୫ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ବିବାଦୀୟ ବୟାନ ଦେଇଛନ୍ତି । ଦେଶଦ୍ରୋହୀଙ୍କ ଭଳି ମୁଫତୀ କହିଛନ୍ତି, ‘କେହି ଆମ ଦେଶର ଗୁଳିରେ ମୃତ୍ୟୁ ବରଣ କଲେ ଠିକ୍‌ କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ମଲେ ଭୁଲ କେମିତି?’

ଜାମ୍ମୁ କାଶ୍ମୀରରେ ଏକ ସଭାକୁ ସମ୍ବୋଧିତ କରି ଏଭଳି ଦେଶଦ୍ରୋହୀ ମନ୍ତବ୍ୟ ଦେଇଛନ୍ତି ମେହବୁବା ମୁଫ୍‌ତୀ । ବିଭିନ୍ନ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସୁଥିବା ମୁଫ୍‌ତୀ ପ୍ରବଳ ସମାଲୋଚନାର ଶିକାର ହୁଅନ୍ତି । ପ୍ରକୃତି ନୈବ ମୁଚ୍ୟତେ ଭଳି ମେହବୁବା ଭାରତ ବିରୋଧୀ ନାରା ଜାରି ରଖିଛନ୍ତି । ଏମିତି ଲାଗୁଛି କି ମୁଫ୍‌ତୀଙ୍କୁ ଆଉ ଭାରତୀୟ ସେନା ଭଲ ଲାଗୁନାହାନ୍ତି । ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେ ଆତଙ୍କବାଦୀଙ୍କ ଗୁଳିରେ ମରୁଥିବା ଲୋକଙ୍କ ପରିଜନଙ୍କୁ ଭେଟି ସମବେଦନା ଜଣାଉଛେ । କିଛି ଦିନ ପୂର୍ବରୁ ସିଆରପିଏଫ୍‌ର ଯବାନ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିଲେ । ଆମେ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲୁ କିନ୍ତୁ ତାଙ୍କ ଘରେ ତାଲା ଝୁଲୁଥିଲା ।

ମୁଫ୍‌ତୀ ଆହୁରି ମଧ୍ୟ କହିଛନ୍ତି, ଏହା କିଭଳି ସିଷ୍ଟମ୍‌, ଯଦି କେହି ଆମ ଦେଶର ଗୁଳିରେ ମରୁଛି ତାହା ଠିକ୍‌ କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ମରେ ତ ଆତଙ୍କବାଦୀ ଭୁଲ କେମିତି? ତେବେ କଥା ହେଉଛି ମୁଫ୍‌ତୀ, ଭାରତ ଏବଂ ଭାରତୀୟ ସେନା ଉପରୁ ବିଶ୍ବାସ ହରାଇଛନ୍ତି । ତାଙ୍କ କହିବା କଥା ଭାରତୀୟ ସେନା ହିଁ ଜାମ୍ମୁ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରୁଛି ।

ସୂଚନାଯୋଗ୍ୟ, ସୋମବାର ସକାଳେ ଜାମ୍ମୁ କାଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ବେଳେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥି​‌ଲେ । ଏବେ ସେଠାରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଶୁଣିବାକୁ ମିଳୁଛି ଯେ, ଭାରତୀୟ ସେନାର ପାଲଟା ଆକ୍ରମଣରେ ୨/୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

   Related Posts