ହତ୍ୟାକାଣ୍ଡ ପରେ ଫେରାର ଥିବା ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 28, 2019 IST

ସୁବର୍ଣ୍ଣପୁର ୨୮୮:  ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶରଧାପାଲି ଉମା ଢାବାରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ୨୨ ତାରିଖ ମଧ୍ୟାହ୍ନରେ ବ୍ରଜଭୂମି ରାଇସ ମିଲର ଯଦୁମଣୀ ଭୋଇଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସୁଶାନ୍ତ ଗୁରୁ । ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା । ମାତ୍ର ଜିଲ୍ଲା ସଦର ଥାନା ବିଭିନ୍ନ ଜାଗା ଚଢାଉ କଲା ପରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ବ୍ୟକ୍ତିଗତ କଳହ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.