Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏମଟିଭି ଷ୍ଟାର୍ ଅଭିନେତା ଅନେଜାଙ୍କ ପରଲୋକ : ଇଜିପ୍ଟକୁ ଛୁଟି କଟାଇବାକୁ ଯାଇଥିଲେ, ହୃଦଘାତରେ ଚାଲିଗଲା ଜୀବନ

23/09/2021 at 2:59 PM

ନୂଆଦିଲ୍ଲୀ, ୨୩।୦୯ :  ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଟେଲିଭିଜନ ଜଗତକୁ ଆଉ ଏକ ବଡ ଝଟ୍‌କା ଲାଗିଛି । ଏମଟିଭି ଲଭ୍ ସ୍କୁଲ ଫେମ୍ ଜଗନୁର ଅନେଜା ହୃଦଘାତରେ ପ୍ରାଣ ହରାଇଛନ୍ତି । ରନଓ୍ୱର ନିର୍ଦ୍ଦେଶକ ଅନେଜା ଇଜିପ୍ଟରେ ଛୁଟି କଟାଇବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଜଗନୁର ଅନେଜା କରଣ କୁନ୍ଦ୍ରା ଓ ଅନୁଷା ଦାଣ୍ଡେକରଙ୍କ ଏମଟିଭି ଲଭ୍ ସ୍କୁଲ ସିଜନ୍ ୧ ଓ ୨ରେ ସାମିଲ ହୋଇଥିଲେ । ସେ ପ୍ରଥମ ଥର ପୂର୍ବତନ ପ୍ରେମିକା ଅନୁଷାଙ୍କ ସହ ଶୋ’ରେ ଅଂଶଗ୍ରହଣ କରିଥିଲେ । ପରେ ବିବାଦରେ ଛନ୍ଦି ହେବା ପରେ ସେମାନଙ୍କ ଯୋଡି ଭାଙ୍ଗିଥିଲା ।

ଅନୁଷାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସେ ଏକ ରିୟଲିଟି ସୋରେ ସୋନିଆଙ୍କ ନିକଟତର ହୋଇଥିଲେ । କିନ୍ତୁ ଏହି ସମ୍ପର୍କ ବି ବେଶୀ ଦିନ ଯାଇ ନଥିଲା । ସେମାନେ ଅନ୍ୟ ପ୍ରେମୀଯୁଗଳଙ୍କ ଭଳି ପରସ୍ପରକୁ ସମ୍ମାନ ଦେଉନଥିବା ସୋନିଆ କହିଥିଲେ । ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅନେଜାଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆଲେ ଅନେକ ୟୁଜର ଦୁଃଖ ପ୍ରକାଶ କରିଛନ୍ତି । 

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ବିଗବସ୍ ୧୩ ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଯାଇଥିଲା । ଯାହା ଟେଲିଭିଜନ ଜଗତକୁ ବଡ ଝଟ୍‌କା ଦେଇଥିଲା ।

   Related Posts