କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ୬ଟି ରବି ଫସଲ ଉପରେ ବଢିଲା ଏମଏସପି

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ, ୨୧ ।୦୯:   କେନ୍ଦ୍ର ସରକାର ଲୋକସଭା ପରେ ରାଜ୍ୟସଭାରେ କୃଷି ସମ୍ବଧିତ ବିଲ୍ ପାସ୍ କରିସାରିଛନ୍ତି । ଏବେ ମୋଦୀ ସରକାରଙ୍କ କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ବୟାନ ଦେଇଛନ୍ତି ।

କୃଷିମନ୍ତ୍ରୀ ଲୋକସଭାରେ ଏମଏସପି ବୃଦ୍ଧି ବାବଦରେ ଘୋଷଣା କରିଛନ୍ତି । ୬ଟି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଗହମର ଏମଏସପି ୫୦ ଟଙ୍କା, ଚଣାରେ ୨୨୫ ଟଙ୍କା, ମସୁର ଡାଲିରେ ୩୦୦ ଟଙ୍କା, ସୋରିଷରେ ୨୨୫ ଟଙ୍କା, ଯରେ ୭୫ ଟଙ୍କା ଓ କୁସୁମରେ ୧୧୨ ଟଙ୍କା ବୃ୍ଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ନୂଆ କୃଷି ବିଲକୁ ନେଇ କୃଷକମାନେ ଅସନ୍ତୁଷ୍ଟ ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏମଏସପି ବ୍ୟବସ୍ଥା ଜାରି ରହିବ ବୋଲି କହିଛନ୍ତି । ଫସଲକୁ ସରକାର କିଣିବେ ବୋଲି ସରକାର କହିବା ସତ୍ତ୍ୱେ ଦେସର ବିଭିନ୍ନ ସ୍ଥାନରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.