ମୋଦୀ କ୍ୟାବିନେଟ୍‌ରେ କୃଷକଙ୍କ ଲାଗି ଖୁସି ଖବର, ୧୪ ଫସଲ ଉପରେ MSP ବଢିଲା ୮୩ %

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: କରୋନା ସଙ୍କଟ ମଧ୍ୟରେ ମୋଦୀ ସରକାର-୨ର ପ୍ରଥମ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ କୃଷକଙ୍କୁ ନେଇ ବଡ ନିଷ୍ପତ୍ତି ହୋଇଛି। ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ସରକାର କୃଷକଙ୍କୁ ଆର୍ଥିକ ଭାବେ ମଜବୁତ କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ଫାଇଦା ଦେଶର କୋଟି କୋଟି ଚାଷୀଙ୍କ ଉପରେ ପଡିବ। ସରକାର ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ୫୦ ରୁ ୮୦ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଧାନର ସହାୟକ ମୂଲ୍ୟ କ୍ଵିଣ୍ଟାଲ୍ ପିଛା ୧୮୬୮ ଟଙ୍କା

ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ ୧୮୬୮ ଟଙ୍କା କରାଯାଇଛି। ସେହି ପରି କ୍ଵିଣ୍ଟାଲ ପ୍ରତି ଜଉର ସମର୍ଥନ ମୂଲ୍ୟ ୨୬୨୦, ବାଜାରର ୧୧୫୦ ଟଙ୍କା କରାଯାଇଛି। ଏହା ବ୍ୟତୀତ ରାଗି, ମୁଗ ଡାଲି, ବାଦାମ, ସୋୟାବିନ, ତେଲ ଓ କପାର ସର୍ବନିମ୍ନ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ବଢାଯାଇଛି।

wp:core-embed/twitter {"url":"https://twitter.com/ANI/status/1267417225809424384?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Fmsp-for-14-kharif-crops-increased-up-to-83-percent-says-narendra-tomar%2Farticleshow%2F76136415.cms","type":"rich","providerNameSlug":"twitter","className":""}
https://twitter.com/ANI/status/1267417225809424384?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Fmsp-for-14-kharif-crops-increased-up-to-83-percent-says-narendra-tomar%2Farticleshow%2F76136415.cms
/wp:core-embed/twitter

କୃଷକଙ୍କ ଋଣ ପରିଶୋଧ କରିବା ଅବଧି ବଢିଲା

ଏହା ବ୍ୟତୀତ କୃଷି ଏବଂ ଏହା ସମ୍ବନ୍ଧିତ କାମ ପାଇଁ ୩  ଲକ୍ଷ ପର୍ଯ୍ୟନ୍ତ ଋଣ ପୈଠ କରିବାର ତିଥି ୨୦୨୦ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ ସୁଧ ଛାଡ ଯୋଜନା ଆଧାରରେ ଅଗଷ୍ଟ ୩୧ ସୁଦ୍ଧା ଯେଉଁ  କୃଷକ ନିଜର ଋଣ ପୈଠ କରିବେ ତାଙ୍କୁ ୪ ପ୍ରତିଶତ ସୁଧରେ ଋଣ ମିଳିବ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ପ୍ରଥମ ନଜର କୃଷକ ଏବଂ ଗରିବଙ୍କ ଉପରେ ଥଲା। ପ୍ରତିକୂଳ ସମୟରେ ମଧ୍ୟ ଚଳିତ ବର୍ଷ ବମ୍ପର ଉତ୍ପାଦନ ହୋଇଛି। ମକା ଉତ୍ପାଦନରେ ୫୨ ପ୍ରତିଶତ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିବା କୃଷି ମନ୍ତ୍ରୀ ତୋମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.