Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୫-ଟିରେ ସାମିଲ ହେଲା MSME ବିଭାଗ, ମିଳିବ ୧୧ ଅନଲାଇନ୍ ସୁବିଧା

21/11/2020 at 9:54 PM

ଭୁବନେଶ୍ଵର ୨୧।୧୧: ରାଜ୍ୟର ଗୋଟିଏ ପରେ ଗୋଟିଏ ବିଭାଗ ୫-ଟିରେ ସାମିଲ ହେବାରେ ଲାଗିଛି। ଏହି କ୍ରମରେ ଶନିବାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)୫-ଟିରେ ସାମିଲ ହୋଇ ଯାଇଛି। ଏପରିକି ଏଥିରେ ୧୧ ପ୍ରକାରର ଅନଲାଇନ୍ ସୁବିଧା ମିଳିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏଥିରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କୁ ସରକାରୀ ସୁବିଧା ତଥା ସେବାର ଲାଭ ଉଠାଇବାରେ ଉପକୃତ ହେବେ ଏବଂ ଏହି କ୍ଷେତ୍ରରେ ବ୍ୟବସାୟ କରିବା ସେମାନଙ୍କ ପାଇଁ ସହଜ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ ଜାଣିଛନ୍ତି ଯେ, ଆମେ ପ୍ରକ୍ରିୟାରେ ଦକ୍ଷତା ଏବଂ ସ୍ୱଚ୍ଛତା ନିଶ୍ଚିତ କରିବା ଲାଗି  ଉପଯୁକ୍ତ ଆଇଟି ସମାଧାନ ବ୍ୟବହାର କରି ପରିବର୍ତ୍ତନଶୀଳ ପଦକ୍ଷେପ ଅନୁସରଣ କରୁଛୁ ।  ଶାସନ ବ୍ୟବସ୍ଥାର ସାମଗ୍ରିକ ସୁଧାର ଓଡିଶାକୁ ନୂତନ ପୁଞ୍ଜି ବିନିଯୋଗ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳରେ ପରିଣତ କରିପାରିଛି। ମହାମାରୀ ସମୟରେ ମଧ୍ୟ ଆମେ ବିଭିନ୍ନ କ୍ଷେତ୍ରଗୁଡିକରେ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିଛୁ। ଏଥି ସହ ୨୦୧୭ ଫେବୃଆରୀ ମାସଠୁ ୧.୧୭  ଲକ୍ଷ କୋଟି ଟଙ୍କାର ନିବେଶ ଆକର୍ଷିତ କରିବାରେ ସଫଳ ହୋଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏହା  ମଧ୍ୟ କହିଛନ୍ତି ଯେ ସରକାର ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡିକ ପାଇଁ ଏକ ସକ୍ଷମ ପରିବେଶ ସୃଷ୍ଟି କରିବା ପାଇଁ ବଦ୍ଧ ପରିକର। ସେମାନଙ୍କ ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ହିଁ ଆମ ଅର୍ଥନୀତିର ପ୍ରକୃତ ଅଭିବୃଦ୍ଧି ଇଞ୍ଜିନ ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

   Related Posts