Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅଷ୍ଟ୍ରେଲିଆ ଟୁର ଲାଗି Team India ମନୋନୀତ, ୨୬ ସଦସ୍ୟଙ୍କ ମଧ୍ୟରେ ନାହାନ୍ତି ଏମ.ଏସ୍.ଧୋନୀ

24/07/2020 at 9:28 PM

ମୁମ୍ବାଇ ୨୪।୭: ଚଳିତବର୍ଷ ଶେଷରେ ଅଷ୍ଟ୍ରେଲିଆ ଟୁରରେ ଯିବ ଟିମ୍‌ ଇଣ୍ଡିଆ। ଏଥିଲାଗି ଏମ.ଏସ୍.କେ.ପ୍ରସାଦ ଟିମ୍‌ ମୋନୋନୀତି କରିଥିବା ବେଳେ ଏଥିରେ ୨୬ ଜଣଙ୍କୁ ଚୟନ କରିଛନ୍ତି। ତେବେ ପୂର୍ବତନ କ୍ୟାପ୍ଟେନ ତଥା ୱିକେଟ୍ କିପର ଓ ବ୍ୟାଟସ୍‌ମ୍ୟାନ ଏମ.ଏସ୍.ଧୋନୀ ଏଥିରୁ ବାଦ ପଡିଛନ୍ତି। ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ସହ ୩ଟି ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବାକୁ ଥିବା ବେଳେ ସମାନ ସଂଖ୍ୟକ ୱାନଡେ ମ୍ୟାଚ୍‌ ଖେଳିବ।

ଡିସେମ୍ବର ୩ ତାରିଖରୁ ବ୍ରିସବେନ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଆଡିଲେଡ୍‌ରେ ଡିସେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ବେଳେ ୨୬ ଡିସେମ୍ବରରେ ତୃତୀୟ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବ। ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁରକୁ ବିଶ୍ୱବ୍ୟାପୀ ଅସଂଖ୍ୟ କ୍ରିକେଟ୍ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଏଣୁ ଏହି ଗସ୍ତ ଲାଗି ଟିମ୍‌ ଚୟନ କର୍ତ୍ତା ଏମ.ଏସ୍.କେ. ପ୍ରସାଦ ଏକ ବଡ ଟିମ୍‌ ଚୟନ କରିଛନ୍ତି। ପ୍ରମୁଖ ଖେଳାଳିଙ୍କ ସମେତ ଟିମ୍‌ ‘ଏ’  ଖେଳାଳିଙ୍କୁ ମଧ୍ୟ ବାଛିଛନ୍ତି। ୨୬ସଦସୀୟ ଟିମ୍‌ରେ କିନ୍ତୁ ଧୋନୀଙ୍କୁ ରଖି ନାହାନ୍ତି ପ୍ରସାଦ।

ତେବେ ମନୋନୀତ ଖେଳାଳିମାନେ ଟେଷ୍ଟ ଏବଂ ୱାନଡେରେ ଖେଳିବେ ବୋଲି ପ୍ରସାଦ କହିଛନ୍ତି। ପ୍ରସାଦ ଟିମ୍‌ ଲାଗି ଓପ୍ନର ଭାବେ ରୋହିତ ଶର୍ମା, ପୃଥିବୀ ଶ ଓ କେ.ଏଲ.ରାହୁଲଙ୍କୁ ମନୋନୀତ କରିଥିବା ବେଳେ ମଧ୍ୟକ୍ରମରେ ବ୍ୟାଟିଂ ଲାଗି ବିରାଟ କୋହଲୀ. ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ ଓ ଶ୍ରେୟସ ଆୟରଙ୍କୁ ରଖିଛନ୍ତି।

ବଡ ଟିମ୍‌ ନେଇ ପ୍ରସାଦ ଯେଉଁ ତର୍କ ରଖିଛନ୍ତି ସେଥିରେ ବଡ ଟିମ୍‌ ସବୁ ଦୃଷ୍ଟିରୁ ଉତ୍ତମ ହେବ ବୋଲି କହିଛନ୍ତି। ଯଦି କୌଣସି ଖେଳାଳି ସମସ୍ୟାରେ ପଡନ୍ତି ସେତେବେଳେ ଆମ ପାଖରେ ବ୍ୟାକଅପ ଥିବ। କେବଳ ବ୍ୟାକ୍‌ଅପ୍‌ ନୁହେଁ ଅଭ୍ୟାସ ଲାଗି ମଧ୍ୟ ଟିମ୍‌କୁ ସୁବିଧା ହେବ, କାରଣ ଆମ ପାଖରେ ଭଲ ବଲୋର ଥିବେ। ସେହିପରି ଏ ଟିମ୍‌ର ବଲୋରଙ୍କ ଉପସ୍ଥିତି ମୁଖ୍ୟ ବଲୋରଙ୍କ ଉପରେ ଚାପ ହ୍ରାସ କରିବ ବୋଲି କହିଛନ୍ତି ପ୍ରସାଦ।  

   Related Posts