ବିଶ୍ୱକପ୍ ଟିମ୍ ରେ ମନୋନୀତ ହୋଇନଥିଲେ ଅମ୍ବାତୀ ରାୟଡୁ, ଜାଣନ୍ତୁ କାରଣ ସମ୍ପର୍କରେ କ’ଣ କହିଲେ ମୁଖ୍ୟ ଚୟନକର୍ତ୍ତା

Published By : Prameya-News7 Bureau | July 21, 2019 IST

ମୁମ୍ବାଇ :  ଗତ ଆଇସିସି ବିଶ୍ୱକପ୍ ବେଳେ କ୍ରିକେଟର ଅମ୍ବାତୀ ରାୟଡୁଙ୍କ ସନ୍ୟାସ ଘୋଷଣା କ୍ରିଡା ପ୍ରେମୀଙ୍କୁ ଚକିତ କରିଥିଲା। ତେବେ ଟିମ୍ ରେ ତାଙ୍କ ଚୟନ ନେଇ ମୁଖ୍ୟ ଚୟନ କର୍ତ୍ତା ଏମ.ଏସ.କେ. ପ୍ରସାଦ ରବିବାର ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ମୁଖ୍ୟ ଚୟନ କର୍ତ୍ତା ପ୍ରସାଦ ୱେଷ୍ଟଇଣ୍ଡିଜ୍ ଗସ୍ତ ନିମନ୍ତେ ଟିମ ଇଣ୍ଡିଆର ଘୋଷଣା କରିଥିଲେ। ଏହି ଅବସରରେ ସାମ୍ବାଦିକମାନେ ବିଶ୍ୱକପ୍ ନିମନ୍ତେ ଅମ୍ବାତୀଙ୍କ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ନୂଆ ଟିମ୍ ର ଘୋଷଣା ପରେ ପ୍ରସାଦ ଗଣମାଧ୍ୟମକୁ ଯାହା କହିଲେ ତାହା ଥିଲା ଏପରି।

{"id":136119}

ଟିମ୍ ଇଣ୍ଡିଆର ୱାନଡେ ଟିମ୍ ଲାଗି ଯେଉଁ ପ୍ରକ୍ରିୟାରେ ଖେଳାଳିଙ୍କ ଚୟନ କରାଯାଏ ସେହି ପ୍ରକ୍ରିୟାରେ ଅମ୍ବାତୀଙ୍କ ଚୟନ ହୋଇନଥିଲା।  ଟି-୨୦ରେ ତାଙ୍କ ପରଫର୍ମାନ୍ସକୁ ଦେଖି ୱାନଡେ ଟିମ୍ ପାଇଁ ସିଲେକ୍ସନ କରାଯାଇଥିଲା। ତେବେ ଏଥିପାଇଁ ସିଲେକ୍ସନ କମିଟିକୁ ଢେର ଶରବ୍ୟ ହେବାକୁ ପଡିଥିଲା। ସେ ଖେଳାଳିଙ୍କ ଫିଟନେସ୍ ଟେଷ୍ଟରେ ବି ଫେଲ ହୋଇଥିଲେ। ତାଙ୍କ ପାଇଁ ଫିଟନେସ୍ ପ୍ରୋଗ୍ରାମ ମଧ୍ୟ କରାଯାଇଥିଲା। ତଥାପି ତାଙ୍କଠାରେ କିଛି କମ୍ବିନେସନର ଅଭାବ ତାଙ୍କୁ ପରବର୍ତ୍ତି ସମୟରେ ଟିମ୍ ରେ ସାମିଲ କରିବା ଲାଗି ଚୟନ କର୍ତ୍ତାଙ୍କୁ ଅସୁବିଧାରେ ପକାଇଥିଲା ବୋଲି କହିଛନ୍ତି ପ୍ରସାଦ ।

{"id":136120}

ତେବେ ତାଙ୍କ ଟ୍ୱିଟ୍ କୁ ନେଇ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ପ୍ରସାଦ ତାକୁ ପରିହାସ ଶୈଳୀରେ ଟାଳିଯାଇଥିଲେ। ଏଥିରୁ ରାୟଡୁ ଜାତୀୟ ଦଳର ଖେଳାଳିଙ୍କ ସମ୍ପର୍କରେ ବୁଝି ଯିବା ଆବଶ୍ୟକ। ୱାନଡେ ଟିମରେ ଖେଳିବାର ମୌକା ମିଳିବାର ଅର୍ଥ ନୁହେଁ ସେ ଅନ୍ତର୍ଜାତୀୟ ଖେଳାଳି। ଏଥିରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.