Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଷ୍ଟ୍ରପତି ଭବନ ପରିସରରେ ଏମଏସ୍‌ସି ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

11/04/2019 at 1:57 PM

ନୂଆଦିଲ୍ଲୀ୧୧|୪: ରାଷ୍ଟ୍ରପତି ଭବନ ପରିସରରେ ଜଣେ ଏମଏସସି ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଛି ।  ଏହି ଦୁଷ୍କର୍ମ ପଛରେ ରାଷ୍ଟ୍ରପତି ଭବନର କର୍ମଚାରୀ ଅଛନ୍ତି ବୋଲି ଅଭିଯୋଗ ହୋଇଛି।କୌଣସି ଏକ କାମରେ ଏହି କର୍ମଚାରୀ ଜଣକ ଏମଏସସି ପଢୁଥିବା ଛାତ୍ରୀଙ୍କୁ ନିଜ କ୍ୱାଟରକୁ ଡାକିଥିଲେ। କ୍ୱାଟରରେ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିଲେ। ରାଷ୍ଟ୍ରପତି ଭବନର ଏହି କର୍ମଚାରୀ ସଂପୃକ୍ତ ଛାତ୍ରୀଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଏଭଳି କାଣ୍ଡ ଘଟାଇଥିବା ଅଭିଯେୋଗ ହୋଇଛି। ଅଭିଯୁକ୍ତର ନାଁ ନିଶାନ୍ତ। ପୋଲିସ ଅଭିଯୁକ୍ତକୁ ଖୋଜୁଛି ।
ଦିଲ୍ଲୀରେ ନାବାଳିକା ଓ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ଧିରେ ଧିରେ ବଢିବାକୁ ଲାଗିଛି। ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ନିହାଲ ବିହାର ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ  ଦୁଷ୍କର୍ମ ପରେ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୋଲିସ ପଡିଶା ଘରେ ଥିବା ବାପ ପୁଅଙ୍କୁ ଗିରଫ କରିଥିଲା। ପୁଅ ପ୍ରଥମେ ଦୁଷ୍କର୍ମ କରିଥିଲା । ତାପରେ ପୁଅର କାରନାମା ଲୁଚାଇବା ପାଇଁ ବାପ ସେ ଛୋଟ ଝିଅକୁ ହତ୍ୟା କରିବାର ଅଭିଯୋଗ ହୋଇଥିଲା।
ଏହି ଭଳି ଏକ ଘଟଣା ଦିଲ୍ଲୀର କଂଝାୱଲା ଅଞ୍ଚଳରେ ହୋଇଥିଲା। ସେଠାରେ ଏକ ପରିବାର ଅଭିଯୋଗ କରିଥିଲା ଯେ, ତାଙ୍କ ନାବାଳିକା ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା। ଗଣଦୁଷ୍କର୍ମ ପରେ ଘର ଛାତ ଉପରୁ ନାବାଳିକାଙ୍କୁ ଧକ୍କା ଦେଇଥିଲେ ଦୁଷ୍କର୍ମକାରୀ। ପିଡୀତା ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ବିରୋଧରେ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ।  

   Related Posts