ଆଗକୁ ଆଇସିସି ଓ୍ବାର୍ଲଡ କପ୍, ସାମ୍ନାକୁ ଆସିଲେ ଏମ୍.ଏସ୍.ଧୋନୀଙ୍କ ଭାଇ, ଜାଣନ୍ତୁ କ’ଣ କହିଛନ୍ତି ଭାଇଙ୍କ ସମ୍ପର୍କରେ

Published By : Prameya-News7 Bureau | May 19, 2019 IST

ଆଇସିସି କ୍ରିକେଟ ଓ୍ୱାର୍ଲଡ କପ୍ ରେ ପୁଣି ଧୁମ ମଚାଇବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ୨୦୧୯ରେ ଚେନ୍ନାଇ ସୁପକିଙ୍ଗକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ମହାମଞ୍ଚରେ ପୁଣି ଏକ ଛାପ ଛାଡିବାକୁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଆଇସିସି ଓ୍ବାର୍ଲଡ କପ୍ପୂର୍ବରୁ ସାମ୍ନାକୁ ଆସିଛି ଧୋନୀଙ୍କ ଏକ ବଡ ସମ୍ପର୍କ। ଧୋନୀଙ୍କର ଜଣେ ବଡ ଭାଇ ମଧ୍ୟ ଅଛନ୍ତି ବୋଲି ତାଙ୍କ କ୍ରିକେଟ କ୍ୟାରିୟରର ଦୀର୍ଘ ବର୍ଷ ପରେ ଜଣାପଡିଛି।

{"id":113632}

ଝାରଖଣ୍ଡ ରାଜଧାନୀ ରାଞ୍ଚୀରେ ରହୁଥିବା ଏମ୍.ଏସ୍.ଧୋନୀଙ୍କ ବଡ ଭାଇ ହେଲେ ଏନ.ଏସ୍.ଧୋନୀ। ପୁରା ନାଁ ନରେନ୍ଦ୍ର ସିଂ ଧୋନୀ। ରାଞ୍ଚୀରେ ବ୍ୟବସାୟ କରୁଥିବା ନରେନ୍ଦ୍ର ଜଣେ ରାଜନେତା ମଧ୍ୟ। ନିକଟରେ ସେ ଏକ ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସାନଭାଇର ବେଶ ପ୍ରଶଂସା କରିଛନ୍ତି ଏନଏସ୍। ୨୦୦୭ ଓ ୧୧ ଭଳି ଆଗାମୀ ବିଶ୍ବକପ୍ ଫାଇନାଲରେ ଧୋନୀ ପୁଣି କମାଲ କରିବେ ବୋଲି କହିଛନ୍ତି ଏନଏସ୍।

{"id":113633}

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଧୋନୀଙ୍କ ଏହି ସମ୍ପର୍କ ଏତେଟା ସାର୍ବଜନିକ ନୁହେଁ। ଧୋନୀଙ୍କ ବାୟୋପିକ୍ ରେ ମଧ୍ୟ ତାଙ୍କ ଭୂମିକା ଦେଖାଯାଇନାହିଁ।  ଫିଲ୍ମରେ ଧୋନୀଙ୍କ ମାତା,ପିତା ଓ ବଡ ଭଉଣୀ ଜୟନ୍ତୀ ଗୁପ୍ତାଙ୍କ ଭୂମିକା ଦେଖାଯାଇଛି । ହେଲେ କେଉଁଠି ବି  ତାଙ୍କ ବଡଭାଇଙ୍କ ଭୂମିକା ଦେଖାଯାଇନି। ତେବେ ଫିଲ୍ମ ଶେଷରେ ଏହା କେବଳ ଧୋନୀଙ୍କୁ ନେଇ ନିର୍ମିତ ବୋଲିକୁହାଯାଇଥିଲା। ତେବେ ଏବେ ଇଂରାଜୀ ମ୍ୟାଗଜିନରେ ସାକ୍ଷାତକାର ପରେ ଏନ୍ଏସ୍ ଖୁବ୍ ଚର୍ଚ୍ଚାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.