Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ଧୋନୀ ଯଦି ୩ ନମ୍ବରରେ ବ୍ୟାଟିଂ କରିଥାନ୍ତେ, ତେବେ ଅନେକ ରେକର୍ଡ ଭାଙ୍ଗିସାରିଥାନ୍ତେ’ – ଗୌତମ ଗମ୍ଭୀର

15/06/2020 at 8:28 AM

ନୂଆଦିଲ୍ଲୀ ୧୫।୦୬: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ ଜଣେ । ସେ ନିଜର ଚତୁରତା ଓ ଦକ୍ଷତା ନେଇ ସବୁବେଳେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଧୋନୀଙ୍କ ଅଧିନାୟକତ୍ୱ ସମୟରେ ଭାରତ ଟେଷ୍ଟରେ ୧ ନମ୍ବର, ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ(୨୦୦୭), ଦିନିକିଆ ବିଶ୍ୱକପ୍‌ (୨୦୧୧), ଚମ୍ପିଅନ୍ସ ଟ୍ରଫିଂ ବିଜୟୀ ହୋଇଛନ୍ତି । ଧୋନି ବିଶ୍ୱର ଏକମାତ୍ର ଖେଳାଳି ଯିଏ ଯାହାଙ୍କ ନିକଟରେ ଆଇସିସିର ସମସ୍ତ ଫର୍ମାଟର କପ୍‌ ରହିଛି । ତେବେ ଧୋନିଙ୍କ ବ୍ୟାଟିକ୍ରମକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଛି । ବ୍ୟାଟିଂ କ୍ରମରେ ୬ନମ୍ବରେ ଆସିଥାନ୍ତ ବ୍ୟାଟିଂ କରିବାକୁ । କିନ୍ତୁ ଏତେ ତଳକ୍ରମରେ ବ୍ୟାଟିଂ କରିବାକୁ ଆସି ମଧ୍ୟ ଦିନିକିଆରେ ୫୦ରୁ ଅଧିକ ପ୍ରତିଶତରେ ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି । ବ୍ୟାଟିଂ କ୍ରମରେ ଧୋନିଙ୍କ ବ୍ୟାଟିଂ ସବୁବେଳେ ଉଦହାରଣ ଦିଆଯାଇଥାଏ । ଧୋନି ଯଦି ବ୍ୟାଟିଂ କ୍ରମରେ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତେ , ତେବେ ସେ ଅନେକ ରେକର୍ଡ ବ୍ରେକ୍‌ କରିପାରିଥାନ୍ତେ ବୋଲି କହିଛନ୍ତି ଗୌତମ ଗମ୍ଭୀର କହିଛନ୍ତି ।

ଗୌତମ ଗମ୍ଭୀରଙ୍କ ଅନୁଯାୟୀ, ଧୋନୀ ଜଣେ ଦକ୍ଷ ବ୍ୟାଟସମ୍ୟାନ୍‌ । ତାଙ୍କ ଯଦି ନମ୍ବର ୬ କିମ୍ବା ୭ ପରିବର୍ତ୍ତେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଦିଆଯାଇଥାନ୍ତି । ତେବେ ସେ ଅନେକ ରେକର୍ଡକୁ ବ୍ରେକ୍‌ କରିଥାନ୍ତେ । ଗମ୍ବୀର ଏହା ମଧ୍ୟ କହିଛନ୍ତି ଯେ, ଅଧିନାୟକ ଯଦି ଦିଆଯାଇନଥାନ୍ତ, ତେବେ ଧୋନି ଧୋନି ବ୍ୟାଟିଂ ତାଲିକାରେ କେତେ ରେକର୍ଡ ଭାଙ୍ଗିବା ସହ ଶୀର୍ଷରେ ରହିଥାନ୍ତେ ।  ଯଦି ଧୋନୀ ବ୍ୟାଟି କ୍ରମରେ ଆଗୁଆ ଆସିଥାନ୍ତେ । ତେବେ ବିଶ୍ୱ କ୍ରିକେଟରେ ଏକ ଅଲଗା ପ୍ରକାରର ଖେଳାଳି ଭାବେ ଉଭା ହୋଇଥାନ୍ତେ । ଧୋନି ଆହୁରୀ ରନ୍‌ କରିପାରଥାନ୍ତେ । ଦୁନିଆର ସବୁଠାରୁ ରୋମାଞ୍ଚକର କ୍ରିକେଟର ହୋଇଥାନ୍ତେ ।

୨୦୦୪ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଧୋନି ଶ୍ରୀଲଙ୍କା ଓ ପାକିସ୍ତାନ ବିରୋଧରେ ସ୍ମାରଣୀୟ ପାରି ଖେଳିଥିଲେ । ସେହି ଦୁଇଟି ଯାକ ମ୍ୟାଚ୍‌ରେ ଧୋନି ୩ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲା । ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ଖୁବ୍‌ ରନ୍‌  ସଂଗ୍ରହ କରିଥିଲେ । ଉଚ୍ଚମାନର ଷ୍ଟ୍ରାଇକ୍‌ ରେଟ୍‌ ହିସାବରେ ମଧ୍ୟ ରନ୍‌ ସଂଗ୍ରହ କରିଥାନ୍ତି । ତେଣୁ ଯଦି ସେ ଅଧିନାୟକ ହୋଇନଥାନ୍ତେ, ତେବେ ଧୋନି ଜଣେ ମାରତ୍ମକ ବ୍ୟାଟସମ୍ୟାନ୍‌ ହୋଇଥାନ୍ତେ ।

ଓ୍ବିକେଟ ରକ୍ଷକ ବ୍ୟାଟସ୍‌ମ୍ୟାନ ମହେନ୍ଦ୍ର ସିଂହ ଧୋନି ୯୦ଟି ଆନ୍ତଃରାଷ୍ଟ୍ରୀୟ ଟେଷ୍ଟରେ ୧୪୪ଟି ପାରି ଖେଳି ୪୮୭୬ରନ କରିଛନ୍ତି । ଟେଷ୍ଟରେ୬ଟି ଶତକ,୩୩ଟି ଅର୍ଦ୍ଧଶତକ ଓ ଗୋଟିଏ ୨ଟି ଦ୍ବିଶତକ କରିଛନ୍ତି । ସେହିପରି ୩୫୦ଟି ଆନ୍ତଃରାଷ୍ଟ୍ରୀୟ ଦିନିକିଆ ମ୍ୟାଚ ଖେଳି ୧୦୭୭୩ରନ୍ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ୧୦ଟି ଶତକ ସହ ୭୩ଟି ଅର୍ଦ୍ଧଶତକ କରିଛନ୍ତି  । ଆନ୍ତଃରାଷ୍ଟ୍ରୀୟ ଟି-ଟ୍ବେଣ୍ଟିରେ ୯୮ଟି ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ସହ ୧୬୧୭ରନ ସଂଗ୍ରହ କରିଛନ୍ତି । IPLରେ ଧୋନିଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚୋକାଟୀରେ ରହିଛି । ୧୯୦ଟି ମ୍ୟାଚ୍‌ ଖେଳି ୨୩ଅର୍ଦ୍ଧଶତକ ସହ ୪୪୩୨ରନ୍ ସଂଗ୍ରହ କରିଛନ୍ତି ।

   Related Posts