Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭାଙ୍ଗିଲା ଧୋନୀଙ୍କ ବିଶ୍ୱ ରେକର୍ଡ, ଅଷ୍ଟ୍ରେଲିଆର ଏହି ମହିଳା କ୍ରିକେଟର ମାହିଙ୍କୁ ପକାଇଲେ ପଛରେ

27/09/2020 at 6:14 PM

ସିଡନୀ, ୨୭|୦୯:   ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଖେଳୁଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହ ସିରିଜରେ ୨-୦ରେ ଆଗୁଆ ରହିଛି । ଏହାସହ ସିରିଜ ଉପରେ ମଧ୍ୟ କବଜା କରିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୧୬.୪ ଓଭରରେ ୧୨୯ ରନ୍ କରିବା ସହ ମ୍ୟାଚକୁ ୮ ଓ୍ୱିକେଟରେ ଜିତିନେଇଥିଲା । ରବିବାର ବ୍ରିସବେନର ଆଲନ ବର୍ଡର ଫିଲ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଓ୍ୱିକେଟକିପର୍ ଆଲିସା ହିଲି ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଏହାସହ ସେ ମହେନ୍ଦ୍ର ସିଂ ଧୋନୀଙ୍କ ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

୩୦ ବର୍ଷୀୟା ଆଲିସା ଏହି ମ୍ୟଚରେ ଓ୍ୱିକେଟ ପଛରେ ରହି ଦୁଇଟି ଶିକାର କରିଛନ୍ତି । ଏହାସହ ଧୋନୀଙ୍କ ଅନ୍ତର୍ଜାତୀୟ  ଟି୨୦ ରେ ସବୁଠାରୁ ଅଧିକ ଶିକାର କରିଥିବା ରେକର୍ଡ ଭାଙ୍ଗିଛନ୍ତି । ଆଲିସା ମୋଟ୍ ୯୨ଟି ଶିକାର କରିଛନ୍ତି ।  ଧୋନୀ ଓ୍ୱିକେଟ୍ ପଛରେ ରହି ୫୭ଟି କ୍ୟାଚ୍ ଓ ୩୪ଟି ଷ୍ଟମ୍ପିଂ କରିଥିଲେ । ଫଳରେ ଧୋନୀଙ୍କ ରେକର୍ଡ ଭାଙ୍ଗିଯାଇଛି । କେବଳ ମହିଳା କ୍ରିକେଟ କଥା କହିଲେ ଇଂଲଣ୍ଡର ସାରା ଟେଲର ୭୪ଟି ଶିକାର କରି ଆଲିସାଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

କେବଳ ଏତିକି ନୁହେଁ ଆଲିସା ଓ୍ୱିକେଟ କିପର ଭାବେ ସର୍ବାଧିକ ଟି୨୦ ମ୍ୟାଚ୍ ଖେଳିବାରେ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଆଲିସାଙ୍କ ଏହା ୯୯ତମ ମ୍ୟାଚ୍ ଥିଲା । ତେବେ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଥିବା ଧୋନୀ ୯୮ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି ।

ସୂଚନାଯୋଗ୍ୟ, ଆଲିସା ହିଲି ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର ମିଚେଲ ଷ୍ଟାର୍କଙ୍କ ପତ୍ନୀ । ଉଭୟ ୨୦୧୬ରେ ବିବାହ କରିଥିଲେ ।

   Related Posts