Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟି୨୦ ବିଶ୍ୱକପ ଖେଳିବେ ଧୋନୀ ! କଣ କହିଲେ ମାହିଙ୍କ କୋଚ୍

28/03/2020 at 1:29 PM

ରାଞ୍ଚୀ, ୨୮|୦୩:  ବିଶ୍ୱକପ ପରଠୁ କ୍ରିକେଟରୁ ଦୂରରେ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଆଇପିଏଲରେ ପ଼ଡିଆକୁ ଫେରିବେ ବୋଲି ଫ୍ୟାନମାନେ ଆଶା ରଖିଥିଲେ । କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଲକୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଆୟୋଜନର ସମ୍ଭାବନା ମଧ୍ୟ କମ ରହିଛି । ତେବେ ତାଙ୍କର ପିଲା ଦିନର କୋଚ କେଶବ ରଞ୍ଜନ ବାନାର୍ଜୀ ଧୋନୀ ଟି୨୦ ବିଶ୍ୱକପରେ ଖେଳିବେ ବୋଲି କହିଛନ୍ତି ।

କେଶବ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଆଇପିଏଲ ହେଲା ଭଳି ଲାଗୁ ନାହିଁ । ବିସିସିଆଇର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ହେବ । ଟି୨୦ ବିଶ୍ୱପରେ ଧୋନୀଙ୍କ ଖେଳିବାକୁ ନେଇ ସମ୍ଭାବନା କମ ଥିଲେ ମଧ୍ୟ ସେ ଖେଳିବେ ବୋଲି ତାଙ୍କୁ ଲାଗୁଛି । ଏହା ତାଙ୍କର ଶେଷ ବିଶ୍ୱକପ ହେବ । ଚେନ୍ନାଇରୁ ଫେରିବା ପରେ ସେ ଧୋନୀଙ୍କ ସହ କଥା ହୋଇଛନ୍ତି । ଧୋନୀ ଏବେ ଫିଟ୍ ଅଛନ୍ତି । ତାଙ୍କ ପାଖରେ ୫୩୮ଟି ଅନ୍ତର୍ଜାତୀୟ ମ୍ୟାଚର ଅନୁଭବ ରହିଛି ।

ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଆଇପିଏଲ ଧୋନୀଙ୍କ ଭାଗ୍ୟ ନିର୍ଧାରଣ କରିବ ବୋଲି କହିଥିଲେ । ଆଇପିଏଲ ଘୁଞ୍ଚିବା ପରେ ସୁନୀଲ ଗଭାସ୍କର ଓ ବିରେନ୍ଦ୍ର ସେହ୍ୱାଗ ଧୋନୀଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ।

   Related Posts