Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାହି ନଟଆଉଟ୍: ଏବେ ଛାଡିବେ ନାହିଁ କ୍ରିଜ୍, ଆହୁରି ବି ବାକି ଅଛି ତାଙ୍କ କ୍ରିକେଟ୍, ଧୋନୀଙ୍କ ମ୍ୟାନେଜର କହିଲେ କଣ ?

9/07/2020 at 2:16 PM

ନୂଆଦିଲ୍ଲୀ, ୦୯|୦୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଗତ ୧ ବର୍ଷ ଧରି ଚର୍ଚ୍ଚା ଲାଗି ରହିଛି । ୨୦୧୯ ବିଶ୍ୱକପ ସେମିଫାଇନାଲ ପରଠୁ ଧୋନୀ ଷ୍ଟାଡିୟମକୁ ଓହ୍ଲାଇ ନାହାଁନ୍ତି । ଏହାକୁ ନେଇ ଧୋନୀ କେତେବେଳେ ମଧ୍ୟ ଅବସର ନେଇପାରନ୍ତି ବୋଲି କୁହାଯାଉଛି । ଆହୁରି ମଧ୍ୟ ଆଇପିଏଲ ପରେ ମାହି ପୁଣି ପଡିଆକୁ ଫେରିବେ ବୋଲି କିଛି ଫ୍ୟାନ୍ ଆଶା ରଖିଛନ୍ତି । କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଲକୁ ସ୍ଥଗିତ ରଖାଯାଇଛି । ଏବେ ଧୋନୀଙ୍କ ମ୍ୟାନେଜର ଏକ ବଡ କଥା କହିଛନ୍ତି ।

ମ୍ୟାନେଜର ମିହିର ଦିବାକର କହିଛନ୍ତି ଯେ, ଏବେ ଧୋନୀ ଅବସର ବାବଦରେ ଚିନ୍ତା କରୁ ନାହାଁନ୍ତି । ସେ ସାଙ୍ଗମାନଙ୍କ ସହ କ୍ରିକେଟକୁ ନେଇ କଥା ହୁଅନ୍ତି ନାହିଁ ।  କିନ୍ତୁ ଏବେ ଅବସର ନେବା କଥା ଲାଗୁନି । ସେ ଆଇପିଏଲ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି । ଲକଡାଉନରେ ମଧ୍ୟ ନିଜ ଫିଟନେଶକୁ ଗୁରୁତ୍ୱ ଦେଉଥିଲେ । ଲକଡାଉନ୍ ସରିବା ପରେ ଧୋନୀ ପୁଣି ପ୍ରାକ୍ଟିସ୍ ଆରମ୍ଭ କରିବେ ।

ସୂଚନାଯୋଗ୍ୟ, ଧୋନୀ ୨୦୧୯ ଆଇସିସି ବିଶ୍ୱକପ ପରେ ଆଉ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳୁ ନାହାଁନ୍ତି । ବିଶ୍ୱକପ ପରେ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ସେ କାଶ୍ମୀରରେ ସେନା ତାଲିମ୍ ନେଇଥିଲେ । ୧୪ ଦିନର ଟ୍ରେନିଂ ପରେ ମଧ୍ୟ ସେ ଦଳକୁ ଫେରିନଥିଲେ । ଆଇପିଏଲ ଜରିଆରେ ସେ କ୍ରିକେଟକୁ ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଇପିଏଲ କରୋନା ଭାଇରସ ପାଇଁ ସ୍ଥଗିତ ରହିଛି ।

   Related Posts