ଚେନ୍ନାଇ ବନାମ ରାଜସ୍ଥାନ : ଆଜିର ମ୍ୟାଚରେ ତିନୋଟି ବଡ ରେକର୍ଡ ଭାଙ୍ଗି ପାରନ୍ତି ଧୋନୀ

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ, ୨୨ ।୦୯: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ମଙ୍ଗଳବାର ରାଜସ୍ଥାନ ରୟାଲ୍ସକୁ ଭେଟିବ । ଦଳ ଓପନିଂ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ।

ରାଜସ୍ଥାନ ଆଜି ଚଳିତ ସିଜିନର ପ୍ରଥମ ମୁକାବିଲା ଖେଳିବ । ଏହି ମୁକାବିଲାରେ ସିଏସକେ ଅଧିନାୟକ ଧୋନୀ ତିନୋଟି ବଡ ରେକର୍ଡ ଭାଙ୍ଗିପାରନ୍ତି ।

ଧୋନୀ ଆଇପିଏଲରେ ୩୦୦ ଚକା ଲଗାଇ ପାରନ୍ତି । ଏବେସେ ୨୯୫ଟି ଛକା ମାରିଛନ୍ତି । ତେବେ ରୋହିତ ଶର୍ମା ୩୬୧, ସୁରେଶ ରାଇନା ୩୧୧ ଆଇପିଏଲରେ ୩୦୦ରୁ ଅଧିକ ଛକା ଲଗାଇଛନ୍ତି ।

ଓ୍ୱିକେଟ୍ ରକ୍ଷକ ଓ ଫିଲ୍ଡର ଭାବେ ଭାବେ ଧୋନୀ ସମୁଦାୟ ୧୦୦ଟି କ୍ୟାଚ୍ ନେଇଛନ୍ତି । ରାଇନାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଧୋନୀଙ୍କୁ ଆଉ ତିନୋଟି କ୍ୟାଚ୍ ଧରିବାକୁ ହେବ ।

କେବଳ ଓ୍ୱିକେଟ୍ ରକ୍ଷକ ଭାବେ ଧୋନୀ ୯୬ଟି କ୍ୟାଚ୍ ନେଇଛନ୍ତି । ୧୦୦ଟି କ୍ୟାଚ୍ ନେବାକୁ ତାଙ୍କୁ ଆଉ ଚାରୋଟି କ୍ୟାଚ୍ ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.