Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ୱେବ୍ ସିରିଜ କରିବେ ଧୋନୀ !

30/09/2020 at 10:44 PM

ରାଞ୍ଚି ୩୦।୯: ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଧୋନୀ। ଏକ ୱେବ୍‌ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ। ଏହି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାକ୍ଷୀ ସିଂ ଧୋନୀ। ଫିଲ୍ମ ଇଣ୍ଡଷ୍ଟ୍ରି ଓ କ୍ରିକେଟରଙ୍କ ସମ୍ପର୍କ ଅନେକ ପୂରୁଣା। ଅତୀତରେ ବିନୋଦ କାମଲୀ, ଅଜୟ ଜାଡେଜାଙ୍କ ଭଳି କ୍ରିକେଟରମାନେ ବଲିଉଡରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତେବେ ଧୋନୀ କଳାକାର ରୂପେ ନୁହେଁ ନିର୍ମାତା ଭାବେ ବଲିଉଡକୁ ପ୍ରବେଶ କରିବେ ବୋଲି ଜଣାପଡିଛି।

ଧୋନୀଙ୍କ ପତ୍ନୀ ଏହି ସୂଚନା ତାଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି। ଯେଉଁଥିରେ ସେ ଏକ ପ୍ରେସ କ୍ଲିପ୍‌ ମଧ୍ୟ ସେୟାର କରିଛନ୍ତି। ତେବେ ଏଥିପାଇଁ ସାକ୍ଷୀ ଧୋନୀଙ୍କ ଫ୍ୟାନସଙ୍କୁ ‘ହମେ ଆପକା ପ୍ୟାର ଔର ଦୁଆଏଁ ଚାହିୟେ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଧୋନୀ ଯେଉଁ ୱେବ୍‌ ସିରିଜ କରିବାକୁ ଯାଉଛନ୍ତି ତାହା ଏକ ସମାଜ ସଚେତନତାମୂଳକ ସିରିଜ ହେବ ବୋଲି ସାକ୍ଷୀଙ୍କ କଥାରୁ ଜଣାପଡିଛି। ଯାହା ଅଘୋରୀଙ୍କୁ ନେଇ ହେବ।

ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଚଳିତ ଆଇପିଏଲ ହୁଏତ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଏଥିରେ ତାଙ୍କ ପତ୍ନୀଙ୍କ ଟ୍ୱିଟ୍‌ ଏବେ ଫ୍ୟାନସଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ନିର୍ମାତା ଭାବେ ଧୋନୀ ବଲିଉଡରେ ପାଦ ଥାପିଲେ ୱେବସିରିଜ ବ୍ୟତୀତ ଫିଲ୍ମ ମଧ୍ୟ ନିର୍ମାଣ କରିପାରନ୍ତି ବୋଲି ଆଶା କରାଯାଉଛି।  

   Related Posts