ଇଣ୍ଡିଜ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆର ଘୋଷଣା : ଗସ୍ତରୁ ଧୋନୀ ଓହରିବାପରେ ୱିକେଟ ରକ୍ଷକଭାବେ ତିନିଟି ଯାକ ଫର୍ମାଟରେ ଖେଳିପାରନ୍ତି ରିଷଭ

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧/୭: ଇଣ୍ଡିଜ ଗସ୍ତ ଲାଗି ଆଜି ଭାରତୀୟ ଦଳ ଘୋଷଣା। ବିଶ୍ବକପ ସେମିଫାଇନାଲରୁ ବିଦା ପରେ ଆଜି ଚୟନକର୍ତ୍ତା  କିଛି କଠୋର ନିଷ୍ପତ୍ତି ନେଇପାରନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗସ୍ତରୁ ଓହରିଯିବାପରେ  ରିଷଭ ପନ୍ତ ତିନିଟି ଯାକ ଫର୍ମାଟର ପ୍ରଥମ ପସନ୍ଦ ୱିକେଟ ରକ୍ଷକଭାବେ  ଦଳରେ ରହି ପାରନ୍ତି।

{"id":135817}

ହାର୍ଦିକ ପାଣ୍ଡ୍ୟା,ବୁମରା,ଭୁବନେଶ୍ବର କୁମାର ଓ ସାମିଙ୍କୁ ନେଇ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଗଲେ ଭବିଷ୍ୟତକୁ ଦୃଷ୍ଚିରେ ରଖି ପ୍ରତିଭାବାନ ଯୁବଖେଳାଳିଙ୍କୁ ଗସ୍ତରେ ସାମିଲ କରିପାରନ୍ତି ଚୟନକର୍ତ୍ତା। ଖଲିଲ ଅହମ୍ମଦ,କ୍ରୁନାଲ ପାଣ୍ଡ୍ୟା,ଶ୍ରେୟସ ଆୟାର,ଶୁଭମନ ଗିଲଙ୍କୁ ଚୟନକର୍ତ୍ତା  ଦଳରେ ସ୍ଥାନ ଦେଇପାରନ୍ତି।

{"id":135818}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.