Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀଙ୍କ ଛକାରେ ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମ ହୋଇଗଲା ଫୁସ୍ : ଭାରତୀୟ ଯୁବତୀଙ୍କ ସହ ଡେଟିଂରେ ଯିବେ ବୋଲି ଫିକ୍ସ୍ କରିଦେଇଥିଲେ ପାକିସ୍ତାନୀ ବ୍ୟାଟସମ୍ୟାନ୍

24/08/2020 at 3:19 PM

ନୂଆଦିଲ୍ଲୀ, ୨୪|୦୮: ୨୦୦୪ରେ ଭାରତ-ଏ, କେନିଆ-ଏ ଓ ପାକିସ୍ତାନ-ଏ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଖେଳାଯାଇଥିଲା । ଏହି ସିରିଜ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ସିରିଜରେ ତାଙ୍କର ଦମଦାର୍ ପ୍ରଦର୍ଶନ ପାଇଁ ସେ ରାଷ୍ଟ୍ରୀୟ ଟିମ୍‌ରେ ସ୍ଥାନ ପାଇଥିଲେ  । ଏହି ସିରିଜରେ ସେ ପାକିସ୍ତାନ-ଏ ବିରୋଧରେ ଦୁଇଟି ଶତକ ଅର୍ଜନ କରିଥିଲେ । ଏହାସହ ସବୁଠାରୁ ଅଧିକ ରନ୍ କରିଥିଲେ । ଏହି ସିରିଜକୁ ଭାରତ ଜିତିନେଇଥିଲା । ଏହି ସିରିଜର ଏକ ମ୍ୟାଚରେ ଧୋନୀ ଏପରି କିଛି କରିଥିଲେ ଯେଉଁଥିରେ ଭାରତୀୟ ଯୁବତୀଙ୍କ ସହ ପାକିସ୍ତାନର ଜଣେ ବ୍ୟାଟସମ୍ୟାନଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା ।

ଧୋନୀଙ୍କ ଛକା ଶେଷ କରିଦେଲା ଲଭ୍ ଷ୍ଟୋରୀ

ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା । ଧୋନୀ ଯେତେବେଳେ ବ୍ୟାଟିଂ କରୁଥିଲେ ସେତେବେଳେ ଜଣେ ପାକିସ୍ତାନୀ ଖେଳାଳି ଫିଲ୍ଡିଂ କରୁଥିଲେ । ଏହି ଖେଳାଳି ମ୍ୟାଚ୍ ଦେଖିବାକୁ ଆସିଥିବା ଜଣେ ଭାରତୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଯୁବତୀଜଣଙ୍କ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କୁ ପସନ୍ଦ କରିଥିଲେ । ଏହାସହ ଫିଲ୍ଡିଂ ସମୟରେ ଉଭୟଙ୍କ ମଧ୍ୟରେ ବୁଲାବୁଲି ନେଇ ସମୟ ଧାର୍ଯ୍ୟ ହୋଇଥିଲା । ସେହି ସମୟରେ ଧୋନୀ ଏପରି ଏକ ଛକା ମାରିଥିଲେ ଓ ବଲ୍ ଯାଇ ସେହି ଯୁବତୀଙ୍କ ଦେହରେ ବାଜିଥିଲା । ଫଳରେ ପାକିସ୍ତାନୀ ଖେଳାଳିଜଣଙ୍କ ଆଉ ଯୁବତୀଙ୍କ ସହ ଡେଟ୍‌ରେ ଯାଇପାରି ନଥିଲେ ।

ପାକିସ୍ତାନ ଧୋନୀଙ୍କ ପାଇଁ ରହିଛି ଖାସ୍

ଧୋନୀ ୨୦୦୪ରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ତାଙ୍କ ଆରମ୍ଭ ସେତେଟା ଖାସ୍ ନଥିଲା । ଏହାପରେ କିନ୍ତୁ ଧୋନୀ ଘରୋଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । ଏପରିକି ଦଳରେ ସ୍ଥାନ ପକ୍କା କରିଥିଲେ । ସେ ନିଜ କ୍ୟାରିଆରର ପ୍ରଥମ ଶତକ ପାକିସ୍ତାନ ବିପକ୍ଷରେ ଅର୍ଜନ କରିଥିଲେ । ସେ ୧୪୮ ରନର ଆକର୍ଷଣୀୟ ପାଳି ଖେଳିଥିଲେ ।  

   Related Posts