ମାହିଙ୍କ ମହାନତା: ବିଜନେସ୍ କ୍ଲାସରେ ସାଥୀ ଖେଳାଳିଙ୍କ ସହ ଯାତ୍ରା କରନ୍ତି ନାହିଁ ଧୋନୀ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ବ୍ୟାଟିଂ ସହ ଅନେକ ସମୟରେ ନିଜର ମହାନତା ମଧ୍ୟ ପ୍ରଦର୍ଶନ କରିଥାନ୍ତି । ରାଞ୍ଚୀର ଏକ ମଧ୍ୟମ ବର୍ଗ ପରିବାରରୁ ଆସିଥିବା ଧୋନୀ ଅନେକ ଉପଲବ୍ଧି ହାସଲ କରିଛନ୍ତି । ସେ ପଡିଆ ଓ ପଡିଆ ବାହାରେ ଭିନ୍ନ କିଛି କରିବାକୁ ପସନ୍ଦ କରିଥାନ୍ତି । ଧୋନୀଙ୍କ ଏପରି ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ମହାନ ବ୍ୟାଟସମ୍ୟାନ ସୁନିଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଯେ, ଧୋନୀ ଘରୋଇ ଉଡାଣ ସମୟରେ ବିଜନେସ୍ କ୍ଲାସରେ ସାଥୀ କ୍ରିକେଟରଙ୍କ ସହ ବସିନଥାନ୍ତି । ଏପରି ନୁହେଁ ଯେ ସାଥୀ କ୍ରିକେଟରଙ୍କ ସହ ତାଙ୍କର ସମସ୍ୟା ରହିଛି । ବରଂ ଧୋନୀ ଅନ୍ୟ କାରଣ ପାଇଁ ଦୂରରେ ବସିଥାନ୍ତି । ଦଳର କ୍ୟାପଟେନ୍ ଥିଲାବେଳେ ସେ ଇକୋନୋମୀ ବର୍ଗରେ ବସି ଯାତ୍ରା କରୁଥିଲେ । ଭାରତୀୟ ଦଳରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ହିଁ କେବଳ ବିଜନେସ୍ କ୍ଲାସରେ ଯାତ୍ରା କରିଥାନ୍ତି । କିନ୍ତୁ ଭଲ ପ୍ରଦର୍ଶନ ସତ୍ୱେ ଧୋନୀ ଇକୋନୋମୀ ବର୍ଗରେ ଯାତ୍ରା କରନ୍ତି ।

{"id":249854,"width":749,"height":421,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଦଳର କ୍ରୁ ମେମ୍ବରଙ୍କ ସହ ଧୋନୀ ଯାତ୍ରା କରନ୍ତି । ଏଥିପାଇଁ ଦଳ ଚାଟାର୍ଡ ବିମାନର ବ୍ୟବସ୍ଥା କରିଥାଏ । ବିସନେସ କ୍ଲାସରେ ସୀମିତ ସିଟ୍ ରହିଥାଏ । ଅଧିନାୟୟକ ହୋଇଥିବା ସତ୍ୱେ ସେ କ୍ୟାମେରାମ୍ୟାନ, ଟିଭି କଭରେଜର କର୍ମଚାରୀ ଓ ସାଉଣ୍ଡ ଇଞ୍ଜିନିୟରଙ୍କ ସହ ଯାତ୍ରା କରିଥାନ୍ତି । ଏବେ ବିରାଟ କୋହଲି ମଧ୍ୟ ଧୋନୀଙ୍କ ରାସ୍ତାରେ ପାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.