ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ବଡ ରେକର୍ଡ, ଆଇପିଏଲରେ ନେଲେ ୧୦୦ କ୍ୟାଚ୍

Published By : Prameya-News7 Bureau | October 05, 2020 IST

ଦୁବାଇ, ୦୫ ।୧୦: ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଆକର୍ଷଣୀୟ ବିଜୟ ଲାଭକରିଛି । ଚେନ୍ନାଇ ୧୦ ଓ୍ୱିକେଟରେ ବିଜୟୀ ହେବା ସହ ଟ୍ରାକକୁ ଫେରିଛି । ତେବେ ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି । ଏହି ମ୍ୟାଚରେ ଧୋନୀ ଆଇପିଏଲରେ ଓ୍ୱିକେଟ୍ କିପର୍ ଭାବେ ୧୦୦ଟି କ୍ୟାଚ୍ ନେଇ ରେକର୍ଡ ହାସଲ କରିଛନ୍ତି ।

ଧୋନୀ ଆଇପିଏଲ ଇତିହାସରେ ଓ୍ୱିକେଟ୍ କିପର୍ ଭାବେ ୧୦୦ କ୍ୟାଚ୍ ନେବାରେ ଦ୍ୱିତୀୟ ଖେଳାଳି ଅଟନ୍ତି । ସେ ୧୮ ତମ ଓଭରରେ ଶର୍ଦ୍ଦୁଳ ଠାକୁରଙ୍କ ଏକ ବଲରେ କେଏଲ ରାହୁଲଙ୍କ କ୍ୟାଚ୍ ଧରିଥିଲେ ।

ଧୋନୀଙ୍କ ପୂର୍ବରୁ କେକେଆରର ଅଧିନାୟକ ଦିନେଶ କାର୍ତ୍ତିକ ଓ୍ୱିକେଟ୍ କପର୍ ଭାବେ ୧୦୦ଟି କ୍ୟାଚ୍ ନେଇଥିଲେ । ଧୋନୀ ୧୯୫ଟି ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ କାର୍ତ୍ତିକ ୧୮୬ଟି ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ । କାର୍ତ୍ତିକଙ୍କ ଦ୍ୱାରା ନିଆଯାଇଥିବା ୧୩୩ଟି କ୍ୟାଚ୍ କୌଣସି ଟି୨୦ ଲିଗରେ ଜଣେ କ୍ରିକେଟରଙ୍କ ଦ୍ୱାରା ନିଆଯାଇଥିବା ସର୍ବାଧିକ ଅଟେ । ସେ ଫିଲ୍ଡର ଭାବେ ୩୦ଟି କ୍ୟାଚ୍ ନେଇଥିବା ବେଳେ କିପର୍ ଭାବେ ୧୦୩ଟି କ୍ୟାଚ୍ ନେଇଛନ୍ତି ।

ତେବେ ମହେନ୍ଦ୍ର ସିଂ ଧୋନୀ ୧୦୦ କ୍ୟାଚ୍ ବ୍ୟତୀତ ୩୯ଟି ଷ୍ଟମ୍ପିଂ କରିଛନ୍ତି । କାର୍ତ୍ତିକ ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ରବିନ ଉଥାପ୍ପା ଓ୍ୱିକେଟ୍ କିପର୍ ଭାବେ ୯୦ଜଣଙ୍କୁ ଆଉଟ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.