Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଧୋନୀ ଏବେ ବି ଫିଟ୍, ଓ୍ୱିକେଟ ପଛରେ ନେଲେ ଆକର୍ଷଣୀୟ କ୍ୟାଚ୍

8/10/2020 at 3:22 PM

ଦୁବାଇ,୦୮|୧୦: ଚେନ୍ନାଇ ସୁପର୍ କିଙ୍ଗସ୍ ବୁଧବାର କୋଲକାତା ନାଇଟ ରାଇଡର୍ସଠାରୁ ୧୦ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ କେକେଆରର ଇନିଂସରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆକର୍ଷଣୀୟ ଓ୍ୱିକେଟ୍ କିପିଂ ଦେଖିବାକୁ ମିଳିଥିଲା । ୩୯ ବର୍ଷୀୟ ଧୋନୀଙ୍କ ଫିଟନେସକୁ ନେଇ ଯେଉଁମାନେ ପ୍ରଶ୍ନ କରୁଥିଲେ ସେମାନଙ୍କୁ ମଧ୍ୟ ଜବାବ ମିଳିଯାଇଛି ।

ଆଇପିଏଲର ୨୧ତମ ମ୍ୟାଚରେ ଧୋନୀ ଓ୍ୱିକେଟ୍ ପଛରେ ରହି ୪ଟି କ୍ୟାଚ୍ ନେଇଥିଲେ । ଯାହାକୁ ଦେଖି ଅନେକ ଚକିତ ହୋଇଯାଇଥିଲେ । ସେ ଡାଇଭ୍ ମାରି କୌଣସି ଯୁବ ଖେଳାଳିଙ୍କ ଭଳି ମଧ୍ୟ କ୍ୟାଚ୍ ନେଇଥିଲେ ।

କୋଲକାତା ଇନିଂସର ଶେଷ ଓଭରରେ ଶିବମ ମାବିଙ୍କ ବ୍ୟାଟରେ ବାଜିବା ପରେ ବଲଟି ପଛକୁ ଯାଇଥିଲା । ଧୋନୀ ଏହି କ୍ୟାଚକୁ ଡାଇଭ୍ ମାରି ଧରିଥିଲେ । ଏହା ତାଙ୍କର ୧୫୦ତମ ଓ୍ୱିକେଟ୍ ଥିଲା । ଗତ ମ୍ୟାଚରେ ଆଇପିଏଲରେ ୧୦୦ତମ କ୍ୟାଚ୍ ନେଇଥିବା ଧୋନୀ କେକେଆର ବିପକ୍ଷରେ ୪ଟି ମ୍ୟାଚ୍ ନେଇଥିଲେ । ଏହାସହ ଆଇପିଏଲରେ ସର୍ବାଧିକ କ୍ୟାଚ୍ ନେଇଥିବା ଦିନେଶ କାର୍ତ୍ତିକଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ମାହି । ଏହାସହ ଉଭୟ ଖେଳାଳି ସମାନ୍ତରାଳ ଭାବେ କ୍ୟାଚ୍ ନେବାରେ ଆଗରେ ରହିଛନ୍ତି ।

ବିଭିନ୍ନ ଖେଳାଳିଙ୍କ ରେକର୍ଡ

ମହେନ୍ଦ୍ର ସିଂ ଧୋନୀ-୧୯୬ ମ୍ୟାଚ୍- ୧୦୪ କ୍ୟାଚ୍

ଦିନେଶ କାର୍ଚ୍ଚିତ- ୧୮୭ ମ୍ୟାଚ୍- ୧୦୪ କ୍ୟାଚ୍

ପାର୍ଥିବ ପଟେଲ ୧୩୯ ମ୍ୟାଚ୍-୬୬ କ୍ୟାଚ୍

ନମନ ଓଝା-୧୧୩ ମ୍ୟାଚ୍- ୬୫ କ୍ୟାଚ୍

   Related Posts