ଧୋନୀଙ୍କ ଠାରେ ଏବେ ମଧ୍ୟ ଦମ୍ ରହିଛି, ତାଙ୍କୁ ରିପ୍ଲେସ୍ କରିବା ମୁସ୍କିଲ: ବ୍ୟାଟିଂ କୋଚ୍

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୧୯ ବିଶ୍ଵ କପର ସେମି ଫାଇନାଲ ପରଠୁ କ୍ରିକେଟ୍‌ରୁ ବାହାରେ ଅଛନ୍ତି। ସମୟ ସମୟରେ ଧୋନୀଙ୍କ ବିଷୟରେ ଅନେକ କଳ୍ପନା ଜଳ୍ପନା ଓ ଚର୍ଚ୍ଚା ଜାରି ରହେ। କିଛି ଲୋକଙ୍କ କହିବା କଥା ଧୋନୀଙ୍କୁ ଖେଳିବା କିମ୍ବା ନଖେଳିବା ଉପରେ ନିଷ୍ପତ୍ତି ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ। କିନ୍ତୁ ଧୋନୀ ଏବେ କ୍ରିକେଟ୍‌ରୁ ଅବସର ନେବା ମତ ଉପରେ ଅସହମତ ପ୍ରକାଶ କରିଛନ୍ତି ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର। ତାଙ୍କ କହିବା କଥା ଧୋନୀଙ୍କ ଠାରେ ଏବେ ମଧ୍ୟ ଦମ୍ ରହିଛି।

ଏକ ଲାଇଭ୍ ଫେସବୁକ୍‌ ଚାଟ୍‌ରେ ରାଠୋର କହିଛନ୍ତି ଯେ, ମହେନ୍ଦ୍ର ସିଂହ ଧୋନୀଙ୍କଠାରେ ଏବେ ମଧ୍ୟ ଖେଳ ବାକି ରହିଛି ଏବଂ ତାଙ୍କୁ ଆଜି ମଧ୍ୟ ରିପ୍ଲେସ୍ କରାଯାଇ ପାରିବ ନାହିଁ। ଏହି ସମୟରେ ସେ ଋଷଭ ପନ୍ତଙ୍କ ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପନ୍ତ ବହୁତ ପ୍ରତିଭାବାନ ଖେଳାଳି। ଯଦି ଦଳ ପ୍ରବନ୍ଧକ ତାଙ୍କୁ ସମର୍ଥନ କରିନଥାନ୍ତେ ତେବେ ଦଳରେ ତାଙ୍କର ରହିବା ମୁସ୍କିଲ ଥିଲା। ଆମକୁ ଜଣା ଯେ ସେ ଜଣେ ସ୍ଵତନ୍ତ୍ର ଖେଳାଳି। କିନ୍ତୁ ଦଳରେ ରହିବାକୁ  ହେଲେ ତାଙ୍କୁ ରନ କରିବାକୁ ପଡିବ।

{"id":292948,"sizeSlug":"large"}

ଧୋନୀଙ୍କ ସଫଳତା ଉପରେ ଆଲୋଚନା କରି ବ୍ୟାଟିଂ କୋଚ୍ କହିଛନ୍ତି, ମହେନ୍ଦ୍ର ସିଂହ ଧୋନୀ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଯେଉଁ ସବୁ ସଫଳତା ହାସଲ କରିଛନ୍ତି ତାହା ଦୋହରାଇବା ଏତେ ସହଜ ନୁହେଁ। ତାଙ୍କର ବଦଳ ଖେଳାଳି ବାହାରିବା ବହୁତ ମୁସ୍କିଲ। ମାତ୍ର ପନ୍ତ ଆଗାମୀ ସମୟରେ ମ୍ୟାଚ୍ ଓ୍ଵିନର ହୋଇପାରିବେ। ତାଙ୍କ ଠାରେ ବହୁତ ପ୍ରତିଭା ରହିଛି। ଗତ ବର୍ଷ ତାଙ୍କ ପ୍ରଦର୍ଶନ ଆଶା ମୁତାବକ ରହିନଥିଲା, ମାତ୍ର ଦଳ ପ୍ରବନ୍ଧକ ତାଙ୍କୁ ସମର୍ଥନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପନ୍ତଙ୍କୁ ଧୋନୀଙ୍କ ବଦଳ ଖେଳାଳି ଭାବେ ଦେଖାଯାଉଥିଲା। ମାତ୍ର ଅନେକ ମହତ୍ଵପୂର୍ଣ୍ଣ ସମୟରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ଏବଂ ଅନେକ ସୁଯୋଗ ହାତଛଡା କରିଥିଲେ। ଏହା ପରେ ଓ୍ଵିକେଟ୍ କିପର ଭାବେ ଟେଷ୍ଟରେ ଋଦ୍ଧିମାନ ଶାହଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ସୀମିତ ଓଭର କ୍ରିକେଟ୍‌ରେ କେଏଲ ରାହୁଲ ଓ୍ଵିକେଟ୍ କିପର ଦାୟିତ୍ଵ ବେଶ୍ ଭଲଭାବେ ସମ୍ଭାଳିଛନ୍ତି। ଏହି ପରି ପନ୍ତ ଦଳରୁ ବାହାରୁ ଥିବା ଦେଖାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.