ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ...

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ, ୨୫/୧୦:    ଅକ୍ଟୋବର ୨୪କୁ ସାରା ଦେଶବାସୀ ଭୁଲିବାକୁ ଚାହିଁବେ । କାରଣ ଏହି ଦିନ ଭାରତ ପାକିସ୍ତାନଠୁ ବିଶ୍ୱକପରେ ପ୍ରଥମ ଥର ପାଇଁ ପରାସ୍ତ ହୋଇଛି । ଯାହା ୨୯ ବର୍ଷ ହେଲା ହୋଇନଥିଲା ତାହା ୨୦୨୧ଟି୨୦ ବିଶ୍ନକପରେ ଦଖିବାକୁ ମିଳିଥିଲା । ଭାରତୀୟ ବ୍ୟାଟସମ୍ୟାନ ଲଜ୍ଜାଜନକ ପ୍ରଦର୍ଶନ କରିଥିଲେ । ଦଳର ବୋଲିଂ ବି ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା ।

ପାକିସ୍ତାନ ବିନା କୌଣସି ଓ୍ୱିକେଟ୍ ହରାଇ ମ୍ୟାଚ୍ ବିଜୟୀ ହୋଇଥିଲା । ଯାହାକୁ ସହଜରେ ଭାରତୀୟ ପ୍ରଶଂସକ ଗ୍ରହଣ କରିପାରୁ ନାହାଁନ୍ତି । ତେବେ ପାକିସ୍ତାନ ଦିନେ ନା ଦିନେ ଜିତିବ ବୋଲି ୫ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଦଳର ମେଣ୍ଟର ଏମଏସ ଧୋନୀ ।

୨୦୧୬ରେ ଯେତେବେଳେ ଧୋନୀ ଭାରତୀୟ ଦଳର ଅଧିନାୟକ ଥିଲେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏହାପରେ ମାହି ପ୍ରେସ ସନଫରେନ୍ସ କରିଥିଲେ । ଏଥିରେ ଧୋନୀ କହିଥିଲେ ଯେ, ଭାରତ ୧୧-୦ରେ ପାକିସ୍ତାନକୁ ହରାଇଥିବାରୁ ଗର୍ବିତ । କିନ୍ତୁ ପାକିସ୍ତାନ ୧୦ ବର୍ଷ ହେଉ ବା ୨୦ ବର୍ଷ ଦିନେ ନା ଦିନେ ଜିତିବ । କାରଣ ଜଣେ ସବୁବେଳେ ଜିତିବ ବୋଲି ମାନେ ନଥାଏ । ଏହି ଭବିଷ୍ୟବାଣୀ ରବିବାର ସତ ହୋଇଛି ।

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ନିଜ ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୫୧ ରନ କରିଥିଲା । ଜବାବରେ ପାକିସ୍ତାନ ବିନା କୌଣସି ହରାଇ ୧୭.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.