ହାରିବା ହେବା ପରେ ସାଥି ଖେଳାଳିଙ୍କ ଉପରେ ରାଗିଲେ ଧୋନୀ, କହିଲେ…

Published By : Prameya-News7 Bureau | October 03, 2020 IST

ଦୁବାଇ, ୦୩ ।୧୦: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର୍ କିଙ୍ଗସ୍ ଆଶାନୁରୂପକ ଖେଳ ପ୍ରଦର୍ଶନ କରିପାରି ନାହଁ ।. ଦଳ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି । ଶୁକ୍ରବାର ଦଳ ହାଇଦ୍ରାବାଦଠୁ ୭ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଧୋନୀ ଖେଳାଳିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୁରେଶ ରାଇନା ଦଳରୁ ବାଦ୍ ପଡିବା ପରେ ବ୍ୟାଟିଂ ଲାଇନ୍ ଭାଙ୍ଗିପଡିଛି । ତେବେ ଦଳ ପକ୍ଷରୁ ଅନେକ ତ୍ରୁଟି ହୋଇଥିବା କଥା ସ୍ୱୀକାର କରିଛନ୍ତି ଧୋନୀ । କ୍ୟାଚ୍ ଡ୍ରପ୍ କରିବା ହିଁ ବେଶୀ ମହଙ୍ଗା ପଡଥିବା ମାହି କହିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ସମସ୍ତ ବିଭାଗରେ ଫେଲ୍ ମାରିଥିଲା । ଅଭିଷେକ ଶର୍ମାଙ୍କ ୧୮ ତମ ଓଭରରେ ଦୁଇଟି କ୍ୟାଚ୍ ଡ୍ରପ୍ ହୋଇଥିଲା । ପ୍ରଥମେ ରବୀନ୍ଦ୍ର ଜାଡେଜା ଓ ପରେ ଶର୍ଦ୍ଦୁଳ ଠାକୁର ଅଭିଷେକଙ୍କୁ କ୍ୟାଚ୍ ଆଉଟ୍ କରିବାର ସୁଯୋଗ ହାତଛଡା କରିଥିଲେ । ତେବେ ଦଳ ପୁଣି ବିଜୟ ଧାରାକୁ ଫେରିବ ବୋଲି ଧୋନୀ ଆଶା ପ୍ରକଟ କରିଛନ୍ତି ।

ମ୍ୟାଚ୍ ପରେ ଧୋନୀ କହିଛନ୍ତି ଯେ, ଏପରି ଚେନ୍ନାଇ ଲାଗାତର ମ୍ୟାଚ୍ ହାରିନାହିଁ । ଭୁଲକୁ ସୁଧାରିବାକୁ ପଡିବ । ଗୋଟିଏ ଭୁଲକୁ ବାରମ୍ବାର କରିହେବ ନାହିଁ । କିନ୍ତୁ ବାରମ୍ବାର ଭୁଲ ଦୋହରାଉଛି ଦଳ । ଯଦି ଏହା ନକ୍ ଆଉଟ୍ ମ୍ୟାଚ୍ ହୋଇଆନ୍ତା ତେବେ ଅଧିକ କ୍ଷତି ହୋଇଥାନ୍ତା । ୧୬ ଓଭର ପରେ ଦୁଇଟି ଓଭର ବହୁତ ଖରାପ ହୋଇଥିଲା । କ୍ୟାଚ୍ ଛାଡିବା ବି ଅନୁଚିତ୍ । ତେବେ ଆଗାମୀ ମ୍ୟାଚରେ ଦଳ ଲୟକୁ ଫେରିବ ବୋଲି ଧୋନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.