'ମୁଁ ଚାହେଁନି ମୋତେ କେହି ଅନଫିଟ୍ କୁହନ୍ତୁ', କାହିଁକି ଏମିତି କହିଲେ ମାହି

Published By : Prameya-News7 Bureau | April 20, 2021 IST

ଚେନ୍ନାଇ, ୨୦/୦୪: ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଦ୍ୱାଦଶ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ରାଜସ୍ଥାନ ଗୋଟିଏ ସମୟରେ ଭଲ ସ୍ଥିତିରେ ଥିଲା । କିନ୍ତୁ ଦଶମ ଓଭର ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଜବରଦସ୍ତ ବୋଲିଂ ଓ ଫିଲ୍ଡିଂ ପରେ ଦଳ ପରାଜୟ ଆଡେ ମୁହାଁଇଥିଲା ।

ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ମୁକାବିଲା ଖାସ୍ ଥିଲା । ଏହି ବିଜୟ ସହ ଦଳ ଅଙ୍କ ତାଲିକାରେ ଦୁଇ ନମ୍ବର ସ୍ଥାନରେ ପହଁଚିଛି । ରାଜସ୍ଥାନର ତିନୋଟି ମୁକାବିଲାରେ ଦ୍ୱିତୀୟ ଥର ପରାସ୍ତ ହୋଇ ୬ ନମ୍ବର ସ୍ଥାନରେ ପହଁଚି ଯାଇଛି ।

ମ୍ୟାଚ୍ ବିଜୟ ପରେ ଧୋନୀ କହିଥିଲେ ଯେ, ଯଦି ଆପଣ ଖେଳୁଥାନ୍ତି ତେବେ କେହି ଅନଫିଟ୍ ନକହିବା ଦରକାର । ସେ ଯୁବ ଖେଳାଳିଙ୍କ ଭଲି ଜୋସ୍ ଦେଖାଇଥାନ୍ତି । ସେମାନଙ୍କ ବରାବର କରିବା ଆବଶ୍ୟକ । ଯୁବ ଖେଳାଳି ଭଲ ଦୌଡିପାରନ୍ତି । କିନ୍ତୁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । ପ୍ରଥମେ ମ୍ୟାଚରେ ସେମାନେ କମ୍ ରନ୍ କରିଥିବା ତାଙ୍କୁ ଲାଗିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ବଲ୍ ସ୍ପିନ୍ କରିଥିଲା ।

ସେ ଆହୁରି କହିଛନ୍ତି ଯେ, ଦଳ ୧୮୮ ରନ୍ କରିଥିଲା । କିନ୍ତୁ ପ୍ରଥମେ ତାଙ୍କୁ ଦଳ ଆହୁରି ଅଧିକ ରନ୍ କରିବା ଦରକାର ବୋଲି ଲାଗିଥିଲା । ସେ ପ୍ରଥମ ୫ଟି ବଲ୍ ଯେପରି ଖେଳିଥିଲେ ଆଉ କେଉଁ ମ୍ୟାଚ୍ ହୋଇଥିଲେ ପରାଜୟ ସାମ୍ନା କରିବାକୁ ପଡିଥାନ୍ତା ।

ସୂଚନାଯୋଗ୍ୟ, ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୯ ଓ୍ୱିକେଟରେ ୧୪୩ ରନ୍‌ ହିଁ କରିପାରିଥିଲା । ଫଳରେ ଦଳ ୪୫ ରନରେ ପରାସ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.