ବଢିଲା ଧୋନୀଙ୍କ ଟେନସନ୍, ରାଇନାଙ୍କ ବିକଳ୍ପ ଖେଳାଳି ଏବେ ବି କରୋନା ପଜିଟିଭ୍

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ , ୧୫|୯ : ଆଇପିଏଲ ଆରମ୍ଭ ହେବା ପାଇଁ ଆଉ ମାତ୍ର ୪ଦିନ ବାକି ରହିଛି । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । କିନ୍ତୁ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ପାଇଁ ଏକ କରାପ କବର ଆସିଛି । ଦଳରେ ସୁରେଶ ରାଇନାଙ୍କ ବିକଳ୍ପ ଖେଳାଳି ଋତୁରାଜ ଗା଼କଓ୍ୱାଡ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି । କାରଣ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିନାହିଁ ।

ସୂଚନାନୁସାରେ, ଗତ ମାସରେ ସିଏସକେର ୧୩ଜମ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଦସ୍ୟଙ୍କ ମଧ୍ୟରେ ଦୀପକ ଚହର ଓ ଋତୁରାଜ ରହିଥିଲେ । ଚହରଙ୍କ ସମେତ ଅନ୍ୟ ୧୧ଜଣ କରୋନାକୁ ମାତ୍ ଦେଇ ସାରିଛନ୍ତି । କିନ୍ତୁ ଋତୁରାଜ ଏବେବି ସୁସ୍ଥ ହୋଇ ନାହାଁନ୍ତି ।

{"id":329981,"sizeSlug":"large"}

ଋତୁରାଜଙ୍କ ରାଇନାଙ୍କ ବିକଳ୍ପ ଖେଳାଳି ଭାବେ ଚିତ୍ରଣ କରାଯାଉଥିଲା । ଏବେ ସ୍ଥିତିକୁ ଦେଖି ମ୍ୟାନେଜମେଣ୍ଟ ଅନ୍ୟ ବିକଳ୍ପ ଉପରେ ଚିନ୍ତା କରୁଛି । ଏହା ମଧ୍ୟରେ ଅମ୍ବତି ରାୟଡୁ ୩ ନମ୍ବରରେ ବ୍ୟାଟିଂ କରିବେ ବୋଲି ଜଣା ପଡିଛି । ସେ ଗତ ୧୦ ଦିନ ଧରି କଠିନ ପ୍ରାକ୍ଟିସ୍ କରୁଛନ୍ତି ।

ତେବେ ଋତୁରାଜ ଦଳର ଉଦଘାଟନୀ ମ୍ୟାଚ୍ ଖେଳିପାରିବେ ନାହିଁ । କାରଣ ତାଙ୍କର ଫିଟନେସ୍ ଯାଞ୍ଚ୍ ହେବ । ଏହାପରେ ହିଁ ତାଙ୍କୁ ଖେଳିବାକୁ ସୁଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.