ଧୋନୀଙ୍କ ନୂଆ ଅବତାର: ଫଟୋ ଦେଖି ଆସିଲା କମେଣ୍ଟ୍, ‘ଶେର୍ ବୁଢା ହୋ ଗୟା’

Published By : Prameya-News7 Bureau | June 27, 2020 IST

ରାଞ୍ଚୀ, ୨୭|୦୬:   ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ପ୍ରାୟ ଏକ ବର୍ଷ ଧରି କ୍ରିକେଟରୁ ଦୂରରେ ରହିଛନ୍ତି । ଗତ ବିଶ୍ୱକପରୁ ସେ ଆଉ କୌଣସି ଅନ୍ତର୍ଜାତୀଯ ମ୍ୟାଚ ଖେଳିନାହାଁନ୍ତି । ତେବେ ମାହି କେବେ ଫେରିବେ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଛନ୍ତି ।

ଚଲିତ ବର୍ଷ ଆଇପିଏଲରେ ଧୋନୀ କ୍ରିକେଟକୁ ଫେରିବେ ବୋଲି ଫ୍ୟାନ୍‌ମାନେ ଆଶା କରିଥିଲେ । କିନ୍ତୁ କରୋନା ଭାଇରସ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦିଆଯାଇଛି । ଏବେ ମାହି ନିଜ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ସେ ୮ ଲକ୍ଷ ଟଙ୍କା ଦେଇ ଏକ ଟ୍ରାକ୍ଟର କିଣିଛନ୍ତି । ସେ ଅର୍ଗାନିକ୍ ଚାଷ କରିବେ ବୋଲି ଯୋଜନା କରୁଛନ୍ତି ।

{"id":292508,"width":694,"height":388,"sizeSlug":"large"}

ଏବେ ଧୋନୀଙ୍କ ଟ୍ରାକ୍ଟର ସହ ଏକ ଫଟୋ ଭାଇରାଲ ହୋଇଛି । ଏହାସହ ଆଉ ଏକ ଫଟୋରେ ସେ ଚାଷ ଜିମରେ ଠିଆ ହୋଇଛନ୍ତି । ତେବେ ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଯାଇଛନ୍ତି । ଧୋନୀ ବୁଢା ହୋଇଯାଇଥିବା ଜଣେ ଫ୍ୟାନ୍‌ କହିଛନ୍ତି ।

ଆହୁରି ମଧ୍ୟ ଧୋନୀ ମହିନ୍ଦ୍ରା ସ୍ୱାରାଜ ୯୬୩ ଏଫଆଇ ଟ୍ରାକ୍ଟର ସହ ନଜର ଆସିଛନ୍ତି । ରାଞ୍ଚୀରେ ଥିବା ଧୋନୀଙ୍କ ଫାର୍ମ ହାଉସ୍ ପ୍ରାୟ ୭ ଏକରର ଅଟେ । ଏଥିରେ ଧୋନୀଙ୍କ ଏକ ଘର  ବାଇକ, କାର୍ ଗ୍ୟାରେଜ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.