ଅବସର ନିଷ୍ପତ୍ତିରେ ଧୋନୀଙ୍କ ପ୍ରଶଂସକ ସ୍ତବ୍ଧ, କହିଲେ- ମାହି ଭବ୍ୟ ବିଦାୟର ହକଦାର ଥିଲେ

Published By : Prameya-News7 Bureau | August 15, 2020 IST

ରାଞ୍ଚି ୧୫।୦୮: ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ସଫଳ ଏବଂ ଦମଦାର ଅଧିନାୟକ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟ ୧୫ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏମଏସ ଧୋନୀ ଶନିବାର ସନ୍ଧ୍ୟାରେ ଅଚାନକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା ଘୋଷଣା କରିଛନ୍ତି। ଯେମିତି ମାହିଙ୍କ ସନ୍ନ୍ୟାସ ନେବାର ଖବର ମିଳିଲା, ତାଙ୍କ ପ୍ରଶଂସକଙ୍କ ମନରେ ନିରାଶର ଭାବ ଛାଇ ଯାଇଛି।

{"id":315132,"sizeSlug":"large"}

ଝାରଖଣ୍ଡ ତଥା ବିଶେଷ କରି ରାଞ୍ଚି ପାଇଁ ପୂରା ଦେଶ-ଦୁନିଆରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଧୋନୀଙ୍କ ପ୍ରଶଂସକ ଆଶା କରିଥିଲେ ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ର ଧୋନୀଙ୍କ ଗାଭାସ୍କର, କପିଲ ଦେବ ଓ ଅନ୍ୟ ନାମୀ ଖେଳାଳିଙ୍କ ପରି ଭବ୍ୟ ବିଦାୟୀ ଦିଆଯିବ ମାତ୍ର ଯେଉଁ ଭଳି ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କଲେ ସେଥିରେ ତାଙ୍କ ପ୍ରଶଂସକଙ୍କ ମହଲରେ ନିରାଶ ଛାଇ ଯାଇଛି। ମାତ୍ର ବିଶ୍ଵ ମହାମାରୀ କରୋନା କାଳରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ଅନେକ ଲୋକ୍ ଉଚିତ୍ ଦର୍ଶାଇଛନ୍ତି। ଧୋନୀଙ୍କ ପ୍ରଶଂସକ କହିଛନ୍ତି ଆମେ ଆଶା ରଖିଥିଲୁ ଧୋନୀ ପଡିଆରେ ନିଜର ଶେଷ ମ୍ୟାଚ୍ ଖେଳି ନିଜର ସନ୍ନ୍ୟାସ ଘୋଷଣା କରିବେ। ମାତ୍ର ଯାହା ବି ହେଉ ଧୋନୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ବୋଲି ପ୍ରଶଂସକ କହିଛନ୍ତି।

ସଫଳତା

{"id":315133,"sizeSlug":"large"}

ଏମଏସ ଧୋନୀଙ୍କ ଅଧିନାୟକତ୍ଵ ସମୟରେ ଭାରତୀୟ କ୍ରିକେଟ୍ ଟିମ୍‌ ଆଇସିସିର ଚାରୋଟି ପ୍ରମୁଖ ଟ୍ରଫି ଦିନିକିଆ ବିଶ୍ଵକପ୍, ଟି-୨୦ ବିଶ୍ଵକପ୍, ଚମ୍ପିଆନ୍ସ ଟ୍ରଫି ଏବଂ ଟେଷ୍ଟ କ୍ରିକେଟ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିଛି। କେବଳ ଏତିକି ନୁହେଁ ସେ ଏମିତି ପ୍ରତିଭାକୁ ସୁଯୋଗ ଦେଇଛନ୍ତି ଯେଉଁମାନେ ଆଜି ଦେଶର ନାମ ଉଚ୍ଚରେ ରଖିଛନ୍ତି। ଏହି ସବୁ ସଫଳତା ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ସଫଳତମ ଅଧିନାୟକ କରିଛି। ମହେନ୍ଦ୍ର ସିଂହ ଧୋନୀ ୨୦୦୭ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସମ୍ଭାଳିବା ପରେ ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ଵ ସମ୍ଭାଳିଥିଲେ। ଏହି ସମୟରେ ସେ ଭାରତୀୟ କ୍ରିକେଟ୍‌କୁ ନୂତନ ଶିଖରରେ ପହଞ୍ଚାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.